Advertisment

ଝାରସୁଗୁଡ଼ା ଫଳାଫଳ ଘୋଷଣା ପରେ ବିଜେପି କର୍ମୀଙ୍କୁ ଛୁରାମାଡ଼

ଝାରସୁଗୁଡ଼ା ସଦର ବ୍ଲକ ତ୍ରିପୁରା ପଞ୍ଚାୟତ ସୁନାମାଳ ଗାଁରେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
BJP worker stabbed

BJP worker stabbed

Advertisment

ଝାରସୁଗୁଡ଼ା ଫଳାଫଳ ପରେ ଆଜି ଅପରାହ୍ନରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ଼ ହୋଇଛି। ଝାରସୁଗୁଡ଼ା ସଦର ବ୍ଲକ ଶ୍ରୀପୁରା ସୁନାମାଲ ଗାଁରେ ଏହି ଅଘଟଣ ଘଟିଛି। 

Advertisment

ବିଜେଡି କର୍ମୀ ବାଣ ଫୁଟାଉଥିବା ବେଳେ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଛି। ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଗୁରୁତର ହୋଇଥିବା ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ସୁନାମାଲ ଗାଁର ସୁବ୍ରତ ପ୍ରଧାନ ବୋଲି ଜଣାପଡ଼ିଛି।

ଆହତ କର୍ମୀଙ୍କ ମୁଣ୍ଡ ଓ ଅଖିରେ ଆଘାତ ଲାଗିଛି। ତେବେ ଶେଷ ଖବର ସୁଦ୍ଧା ଏନେଇ ପୁଲିସରେ କୌଣସି ମାମଲା ହୋଇ ନ ଥିଲା। ନିର୍ବାଚନ ପରବର୍ତ୍ତି ହିଂସା ରୋକିବା ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ନ ଦେବା ଏହାର କାରଣ ବୋଲି ଅଭିଯୋଗ ହୋଇଛି।

Advertisment

ଏହି ଘଟଣା ପରେ ସୁନାମାଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

Jharsuguda Bypoll Crime Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe