Advertisment

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

‘ଏଠି ମେରୀ ରାୟ, ଏକଛତ୍ରବାଦ, କଳାପାହାଡ଼ିଆ ଶାସନ ଚାଲିଛି। ଆଜି ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ହୋଇ ରହିନାହିଁ। ଜଣେ ୨ ଜଣ ରାଜ୍ୟ ବାହାର ଅମଲାଙ୍କ ହାତବାରସୀ ସାଜିଛି BJD’

BJP

BJP

Advertisment

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିକୁ ଟାର୍ଗେଟ କରିଛନ୍ତି। ଝାରସୁଗୁଡ଼ାରେ ହେଉଥିବା ଉପନିର୍ବାଚନକୁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Advertisment

ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଉପନିର୍ବାଚନ ହେବା ଦୁର୍ଭାଗ୍ୟଜନକ। ଉପନିର୍ବାଚନ ପାଇଁ ଝାରସୁଗୁଡ଼ାବାସୀଙ୍କ ଅନେକ ପ୍ରସଙ୍ଗ ରହିଛି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେରୋଜଗାର, PMAY ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ରହିଛି। ଝାରସୁଗୁଡ଼ା ଶିଳ୍ପାୟନ ଲାଗି ପ୍ରମୁଖ ପେଣ୍ଠସ୍ଥଳ। ହେଲେ ଏହି ସହର ଏବେ ଅଶାନ୍ତ ପାଲଟିଛି। ନବ ଦାସ ହତ୍ୟା ତା’ର ଉଦାହରଣ। ଅସୁଲି ପାଇଁ ଜଣେ କିଶୋରକୁ ଅପହରଣ ପରେ ହତ୍ୟା ଆଉ ଏକ ଉଦାହରଣ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବଲପୁର ହିଂସା ନେଇ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏଠି ମେରୀ ରାୟ, ଏକଛତ୍ରବାଦ, କଳାପାହାଡ଼ିଆ ଶାସନ ଚାଲିଛି। ଆଜି ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ହୋଇ ରହିନାହିଁ। ଜଣେ ୨ ଜଣ ରାଜ୍ୟ ବାହାର ଅମଲାଙ୍କ ହାତବାରସୀ ସାଜିଛି BJD ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ନବକିଶୋର ଦାସଙ୍କ ହତ୍ୟା ପରେ ସେଠାରେ ହେଉଛି ଉପନିର୍ବାଚନ। ନବଙ୍କ ଝିଅ ଦୀପାଳି ଦାସ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି। ଏହାରି ଭିତରେ ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କରିଛନ୍ତି। ନିଜ ସପକ୍ଷରେ ମତଦାନ ନେବା ପାଇଁ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି।

BjD Bjp Dharmendra Pradhan Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe