Advertisment

ଛତିଶଗଡ଼ ସରକାର ଖୋଲିଦେଲେ କଲମା ବ୍ୟାରେଜ, ଝାରସୁଗଡ଼ାରେ ଶୁଖିଲା ପଡ଼ିଥିବା ନଦୀରେ ପୂରିଗଲା ପାଣି

ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଝାରସୁଗୁଡ଼ା ଅନ୍ତର୍ଗତ ଲଖନପୁର ବ୍ଲକର ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ଜଳ ପ୍ରବାହିତ ହେଉଛି।

author-image
Niranjan Mishra
ଅଦ୍ୟତନ ହୋଇଛି
water fills dry river in Jharsugarh

water fills dry river in Jharsugarh

ଚଳିତ ମୌସୁମୀ ଋତୁରେ ଛତିଶଗଡ଼ ପ୍ରଥମ କରି ମହାନଦୀକୁ ଛାଡ଼ିଛି ପାଣି। ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଛତିଶଗଡ଼ର ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ମହାନଦୀର ଓଡ଼ିଶା ପାର୍ଶ୍ୱ ଟାଙ୍ଗରା ଭୂଇଁ ପାଲଟିଥିଲା। ତେବେ ଅଚାନକ ଭାବେ ଛତିଗଗଡ଼ ସରକାର କଲମା ବ୍ୟାରେଜର ୫ଟି ଗେଟ୍  ଦେଇ ମହାନଦୀକୁ ଜଳ ଛାଡ଼ିଛି। ଫଳରେ ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଝାରସୁଗୁଡ଼ା ଅନ୍ତର୍ଗତ ଲଖନପୁର ବ୍ଲକର ଶୁଖାସୋଢା, ଶରଧା ଘାଟ ଆଦି ସ୍ଥାନରେ ଜଳ ପ୍ରବାହିତ ହେଉଛି।

Advertisment

କେବଳ କଲମା ବ୍ୟାରେଜରୁ ନୁହେଁ ବରଂ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମ୍‌ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇନଥିବା ବେଳେ କଲମା ବ୍ୟାରେଜ ଦେଇ ଜଳ ଛାଡ଼ିବା ନେଇ ସଂଶୟ ସୃଷ୍ଟି ହୋଇଛି।

ଗତବର୍ଷ ତୁଳନାରେ ଚଳିତ ଜୁନ ମାସରେ ଛତିଶଗଡ଼ରେ ୯୬ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ ହୋଇଛି। ଆସନ୍ତା ଜୁନ ୨୫ ଯାଏ ଛତିଶଗଡ଼କୁ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତକାଲିଠାରୁ ମହାନଦୀ ଉପରମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୭୫ ମିମି ବର୍ଷା ରେକର୍ଡ କରାଯାଇଛି। 

Advertisment

ଗତ ୧୬ ତାରିଖରୁ କଲମା ବ୍ୟାରେଜ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବା ନେଇ ସେଠାକାର ସରକାର ସୂଚନା ଦେଇଥିଲେ। ତେବେ ଠିକ୍  ସମୟରେ ମୌସୁମୀ ନପହଞ୍ଚିବାରୁ ୧୬ ତାରିଖରେ ଗେଟ୍  ଖୋଲାଯାଇନଥିଲା। ଏହାପରେ ଛତିଶଗଡ଼ ସରକାର ଏକାସାଙ୍ଗରେ କଲମା ବ୍ୟାରେଜର ୧୦ଟି ଗେଟ୍  ଖୋଲି ଦେଇଥିବା ବେଳେ ପୁଣି କିଛି ସମୟ ଭିତରେ ୫ଟି ଗେଟ୍  ବନ୍ଦ କରି ଦେଇଥିଲେ। ଛତିଶଗଡ଼ ସରକାରଙ୍କ ଏଭଳି ପଦକ୍ଷେପ ଲୋକଙ୍କ ଭିତରେ ସଂଶୟ ସୃଷ୍ଟି କରିଛି। ତେବେ ଏନେଇ ଛତିଶଗଡ଼ ଜଳସମ୍ପଦ ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Jharsuguda Mahanadi River Water Regulation Authority