Advertisment

କ୍ରାଇମବ୍ରାଞ୍ଚର ମିଡ୍‌ ନାଇଟ ଅପରେସନ୍‌, ଟାଙ୍କି ଖୋଲି ପ୍ରମାଣ ଖୋଜିଲା

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ।

author-image
Tapaswini Nayak
ଅଦ୍ୟତନ ହୋଇଛି
Nab das Murder case

Nab das Murder case

ରହସ୍ୟ ଘେରରେ ରହିଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ହତ୍ୟାକାଣ୍ଡକୁ ୫ ଦିନ ପୂରି ଥିଲେ ବି ପରଦା ଫିଟୁନାହିଁ। କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ତାର କାରଣ ଖୋଜା ଚାଲିଥିବା ବେଳେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା ଗୋପାଳ କ୍ରାଇମବାଞ୍ଚ ଆଗରେ କହିଛି। ସେ ଚିଠିକୁ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟ୍ୟାଙ୍କିରେ ଫ୍ଲସ୍ କରି ଦେଇଥିବା କହିଛି।

Advertisment

ଏହି ଚିଠିକୁ ଖୋଜିବାକୁ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍‌ପିଙ୍କ ସମେତ ପୁଲିସ୍ ଟିମ୍ ଏହି ଅପରେସନରେ ଲାଗିପଡ଼ିଥିଲେ। ଗତକାଲି ରାତିରେ ସଫେଇ କର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା। ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମ ବ୍ରାଞ୍ଚ ଖୋଳତାଡ଼ କରିଥିଲା। ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ କିଛି ଠୋସ୍‌ ପ୍ରମାଣ ହସ୍ତଗତ ହୋଇଛି ନାହିଁ ତାହା ଜଣାପଡ଼ି ନାହିଁ। ଗୋପାଳକୁ ପ୍ରଥମେ ଗିରଫ କରାଯାଇ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ରଖାଯାଇଥିଲା। ସେହି ସମୟରେ ନିଜର ହାତ ଲେଖା ଚିଠିକୁ ସେଫ୍ଟଟି ଟ୍ୟାଙ୍କିରେ ଫ୍ଲସ୍ କରିଦେଇଥିଲା।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଅନ୍ୟ ଅଧିକାରୀମାନେ ଗୋପାଳକୁ ମାରାଥନ୍ ଜେରା କରିଥିଲେ।  ହେଲେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୫ ଦିନ ବିତିଥିଲେ ମଧ୍ୟ ଏବେ ବି ରହସ୍ୟ ଘେରରେ ରହିଛି ।ଅଭିଯୁକ୍ତ ଓ ପ୍ରମାଣ ତଦନ୍ତକାରୀ ଅଧିକାରୀ ସାମ୍ନାରେ ଥିବା ବେଳେ କ’ଣ ପାଇଁ ନବ ଦାସଙ୍କୁ ହତ୍ୟା କରାଗଲା ତାର ଗୁମର ଫିଟିପାରୁ ନାହିଁ।

Advertisment
Naba Das Murder