Advertisment

ନବ ଦାସଙ୍କୁ କେମିତି ହତ୍ୟା କଲା? ଡେମୋ ଦେଖାଇଲା ଗୋପାଳ

କ୍ରାଇମବ୍ରାଞ୍ଚ ଓ ପୁଲିସ ଉପସ୍ଥିତିରେ ଡେମୋ ଦେଖାଇଛି ଗୋପାଳ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ।

Gopal Das

Gopal Das

Advertisment

କ୍ରାଇମ୍‌ ସ୍ପଷ୍ଟରେ ଗୋପାଳ ଦାସ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କେମିତି ହତ୍ୟା କଲା? କେତେ ଦୂରରେ ଥିଲା? ଫାୟାରିଂ କରିବା ପରେ କଣ କଲା? ଗାନ୍ଧିଛକରେ ସିନ୍‌ ରିକ୍ରିଏସନ ବେଳେ ଆକସନ୍‌ ଦେଖାଇ ଟିକନିକ୍‌ ସୂଚନା ଦେଇଛି ଗୋପାଳ। କ୍ରାଇମବ୍ରାଞ୍ଚ ଓ ପୁଲିସ ଉପସ୍ଥିତିରେ ଡେମୋ ଦେଖାଇଛି ଗୋପାଳ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ।

Advertisment

ଗତ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ଜିଲ୍ଲା ଝାରସୁଗୁଡ଼ା ଯାଇଥିଲେ। ସେଠାରେ ସେ ଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ପରେ ସେ ବ୍ରଜରାଜନଗର ଅଭିମୁଖେ ଯାଉଥିଲେ। ତେବେ ଗାନ୍ଧି ଛକ ନିକଟରେ ତାଙ୍କୁ କେତେକ କର୍ମୀ ସ୍ୱାଗତ କରିଥିଲା। ଅଭିବାଦନ ଗ୍ରହଣ ପାଇଁ ନବ ଦାସ ଗାଡ଼ିରୁ ଓହ୍ଲାଉଥିବା ବେଳେ ଗୁଳି କାଣ୍ଡ ହୋଇଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ଗାନ୍ଧିଛକ ଫାଣ୍ଡିର ପୂର୍ବତନ ଏଏସ୍‌ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲା। ଗୋପାଳଙ୍କ ରିଭଲର୍ଭରରୁ ବାହାରିଥିବା ପ୍ରଥମ ଗୁଳିଟି ନବଙ୍କ ଛାତିରେ ବାଜିଥିଲା।

ଗୁଳି ବାଜିବା ପରେ ନବ ଦାସ ଗାଡ଼ି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱ ଆପୋଲୋ ହସ୍ପିଟାଲକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା ଏହି ହାଇ ପ୍ରୋଫାଇଲ୍‌ ମର୍ଡ଼ର ମାମଲା। ପୁଲିସ୍‌ ଏଏସ୍‌ଆଇ ଗୋପାଳ କାହିଁକି ଗୁଳିକରି ହତ୍ୟା କଲା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱବଧାନରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୩ଟି ଟିମ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଅଭିଯୁକ୍ତ ଗୋପାଳକୁ ଗିରଫ କରି ଜେରା କରିଛି। ମନ୍ତ୍ରୀଙ୍କ ହତ୍ୟାକୁ ୯ ଦିନ ବିତିଲାଣି। ହେଲେ କ୍ରାଇମବ୍ରାଞ୍ଚ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

BjD Naba Das Crime Branch Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe