Advertisment

ବିଳମ୍ବ କରୁଛି କ୍ରାଇମବ୍ରାଞ୍ଚ, ପ୍ରତିକ୍ରିୟା ଦେଲେ ନବ ଦାସଙ୍କ ଝିଅ

ଅନେକ ବର୍ଗର ଲୋକ କହୁଛନ୍ତି ପୁଲିସ୍ କେବଳ ଗୋପାଳ ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ତାକୁ ଦୋଷୀ ସାବ୍ୟସ୍ତ କରିବା ବଦଳରେ ତାକୁ ପାଗଳ ସଜାଇ ଖସାଇ ଦେବାକୁ ପ୍ରୟାସ କରୁଛି।

author-image
Jitendra Garnayak
Deepali Das

Deepali Das

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଗଲାଣି। ଅଭିଯୁକ୍ତ ଗୋପାଳ ଦାସ ବି ଜେଲ୍‌ରେ ଅଛନ୍ତି। କିନ୍ତୁ କେଉଁ କାରଣରୁ ନବକୁ ଗୋପାଳ ଦାସ ହତ୍ୟା କଲେ, ଆଜି ପର୍ଯ୍ୟନ୍ତ ତାହା ଜଣାପଡ଼ିଲା ନାହିଁ। ମାସେରୁ ଅଧିକ ସମୟ ଧରି କ୍ରାଇମବ୍ରାଞ୍ଚର ତଦନ୍ତ ପରେ ବି କିଛି ସାମ୍ନାକୁ ଆସୁ ନଥିବାରୁ, ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅନେକ ବର୍ଗର ଲୋକ କହୁଛନ୍ତି ପୁଲିସ୍ କେବଳ ଗୋପାଳ ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ତାକୁ ଦୋଷୀ ସାବ୍ୟସ୍ତ କରିବା ବଦଳରେ ତାକୁ ପାଗଳ ସଜାଇ ଖସାଇ ଦେବାକୁ ପ୍ରୟାସ କରୁଛି। ସେହିପରି ବିରୋଧୀ ଦଳଗୁଡ଼ିକ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରି ସରକାରଙ୍କୁ ଘେରିଛନ୍ତି। ନବ ଦାସଙ୍କ ହତ୍ୟା ପଛରେ ସରକାରୀ ଦଳର କିଛି ନେତାଙ୍କ ହାତ ଥିବା ନେଇ ବିରୋଧୀ ଦଳର କିଛି ସଦସ୍ୟ ଖୋଲା ଖୋଲି ମଧ୍ୟ ମତ ଦେଇଛନ୍ତି। ଆଉ ଏ ସବୁ ଭିତରେ ଏହି ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ।

Advertisment

ସେ କହିଛନ୍ତି, ମୁଁ ଜାଣିଛି ତଦନ୍ତକୁ ଅଧିକ ସମୟ ହେଲାଣି। କିନ୍ତୁ ଯେତେ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତା’ର ଶେଷ ନିଷ୍ପତ୍ତି ଦେବନି, ଆମେ କିଛି କହିପାରିବୁନି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂରା ଭରସା ଅଛି। ବାପା ଯିବା ପରଠୁ ତାଙ୍କ ଆଶୀର୍ବାଦ ଆମ ସହିତ ଅଛି। ମୋର ପୂରା ବିଶ୍ୱାସ ଶେଷରେ ମୋ ବାପାଙ୍କୁ ଓ ଆମ ପରିବାରକୁ ନ୍ୟାୟ ମିଳିବ।

ସେହିପରି ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ବି ଦୀପାଳି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାକୁ ସମର୍ଥନ ଦେବେ, ଜନସାଧାରଣ ଯାହାକୁ ପସନ୍ଦ କରିବେ ସେ ମୋ ବାପାଙ୍କ ସ୍ଥାନ ନେବେ। ଆମେ ତାଙ୍କୁ ସମର୍ଥନ ଦେବୁ।

Advertisment

ଦୀପାଳି ଏବେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହିତ ମିଶୁଥିବା ବେଳେ ସେ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଆଲୋଚନା ହେଉଛି। ଏ ପ୍ରସଙ୍ଗରେ ଦୀପାଳି କହିଛନ୍ତି ଯେ ତାଙ୍କ ବାପା ତାଙ୍କୁ ମାନବ ସେବା ହିଁ ସବୁଠୁ ବଡ଼ ସେବା ବୋଲି ଶିଖାଇଛନ୍ତି। ସେ ବହୁ ପୂର୍ବରୁ ଲୋକଙ୍କ ସେବା କରି ଆସୁଛନ୍ତି। ଆଗକୁ ବି ଏହା ଜାରି ରହିବ। ଏଥିରେ ରାଜନୀତିର କିଛି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନବ ଦାସ ହତ୍ୟା ଘଟଣାକୁ ନେଇ ଗତ ଫେବ୍ରୁଆରୀ ୨୧ ତାରିଖରେ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ଦୀପାଳି ସାମ୍ନାକୁ ଆସି କ୍ରାଇମବ୍ରାଞ୍ଚ କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତରେ ସେ ସନ୍ତୁଷ୍ଟ ଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଥିବା କହିଥିଲେ।

Naba Das Jharsuguda Deepali Crime Branch Naba Das Murder