Advertisment

ବାପା ହତ୍ୟାର ୧୫ ଦିନ ପରେ ମୁହଁ ଖୋଲିଲେ ଝିଅ ଦୀପାଳି

‘କ୍ରାଇମବ୍ରାଞ୍ଚ ତା’ କାମ କରୁଛି। ଯେ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତର ଫଳାଫଳ ଆସିନାହିଁ। ସେ ପର୍ଯ୍ୟନ୍ତ କିଛି କହି ହେବନି। ତଦନ୍ତର ଫଳାଫଳ ଆସିବା ପରେ ପରିବାର ଯାହା କିଛି ମନ୍ତବ୍ୟ ରଖିବେ’

author-image
Manoranjan Sial
ଅଦ୍ୟତନ ହୋଇଛି
Deepali Das

Deepali Das

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବକିଶୋର ଦାସଙ୍କ ହତ୍ୟାକୁ ୧୫ରୁ ଅଧିକ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତର କ୍ରାଇମବ୍ରାଞ୍ଚର ହତ୍ୟାର କାରଣ ଜାଣିପାରୁ ନାହିଁ। ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଚାରି ପାର୍ଶ୍ୱରେ ଘୂରି ବୁଲୁଛି କ୍ରାଇମ୍‌ ବ୍ରାଞ୍ଚ। ସେପଟେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ।

Advertisment

ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ତା’ କାମ କରୁଛି। ଯେ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତର ଫଳାଫଳ ଆସିନାହିଁ। ସେ ପର୍ଯ୍ୟନ୍ତ କିଛି କହି ହେବନି। ତଦନ୍ତର ଫଳାଫଳ ଆସିବା ପରେ ହିଁ ତାଙ୍କ ପରିବାର ଯାହା କିଛି ମନ୍ତବ୍ୟ ରଖିବେ ବୋଲି କହିଛନ୍ତି ଦୀପାଳି।

ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏଠାରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। ଏହା ପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲା ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଅଭିଯୁକ୍ତ ଗୋପାଳକୁ ଗିରଫ କରିଥିଲା।

Advertisment
BjD Naba Das Jharsuguda Deepali Crime Branch Naba Das Murder