Advertisment

କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲା କହିଲା ଗୋପାଳ

ଆଜି ସକାଳେ ଗୋପାଳକୁ ଜେଏମ୍‌ଏଫ୍‌ସି କୋର୍ଟ ହାଜର କରାଯାଇଥିଲା। ସେଠାରେ ଗୋପାଳର ୧୬୪ ଧାରାରେ ବୟାନ ରେକର୍ଡ ସରିବା ପରେ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Gopal Das

Gopal Das

ନାର୍କୋ ଟେଷ୍ଟରେ ସତ ଉଗାରିଛି ଅଭିଯୁକ୍ତ ଗୋପାଳ ଦାସ। କାହିକିଁ ନବ ଦାସଙ୍କୁ ହତ୍ୟା କରିଥିଲା, କିପରି ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲା ନାର୍କୋ ଟେଷ୍ଟରେ ଗୋପାଳ ସବୁ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ବ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ନାର୍କୋ ଟେଷ୍ଟରେ କେମିତି ଓ କାହିଁକି ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିଲା ସବୁ କହିଛି। ସେ ସମୟରେ ଗୋପାଳର ମାନସିକ ସ୍ଥିତି କ’ଣ ଥିଲା ତାହା ମଧ୍ୟ ଜଣାପଡ଼ିଛି। ଏହି ସପ୍ତାହରେ ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଫେବ୍ରୁଆରୀ ୮ ତାରିଖରେ ଗୋପାଳକୁ ନର୍କୋ ଟେଷ୍ଟ ପାଇଁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଥିଲା। ସେଠାରେ ପ୍ରଥମେ ଗୋପାଳର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ପଲିଗ୍ରାଫ ଟେଷ୍ଟ ପରେ ଗୋପାଳର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାର ନାର୍କୋ ଟେଷ୍ଟ କରାଯାଇଥିଲା। ଗତକାଲି ରାତିରେ ଗୋପାଳକୁ ଗାନ୍ଧୀନଗରରୁ ଝାରସୁଗୁଡ଼ା ଅଣାଯାଇଥିଲା। ଗୋପାଳକୁ ତାଳପଟିଆ ସ୍ଥିତ ଏଆରପୋର୍ଟ ଥାନାରେ ରଖାଯାଇଥିଲା। ଆଜି ସକାଳେ ଗୋପାଳକୁ ଜେଏମ୍‌ଏଫ୍‌ସି କୋର୍ଟ ହାଜର କରାଯାଇଥିଲା। ସେଠାରେ ଗୋପାଳର ୧୬୪ ଧାରାରେ ବୟାନ ରେକର୍ଡ ସରିବା ପରେ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା। ତେବେ କୋର୍ଟରେ ହାଜର ସମୟରେ ଗୋପାଳର ମାନସିକ ସ୍ଥିତି ସମ୍ବନ୍ଧୀୟ ଡାକ୍ତରୀ ରିପୋର୍ଟ ଦାଖଲ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ଗୋପାଳ ସୁରକ୍ଷା ନେଇ ଜେଲ ବିଭାଗ ଚିନ୍ତାରେ ରହିଛି। ଗୋପାଳକୁ ଝାରସୁଗୁଡାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜେଲ ବିଭାଗ ପ୍ରସ୍ତାବ ଦେଇଛି। ଏପରକି ଗୋପାଳକୁ ଚୌଦ୍ୱାର ଜେଲକୁ ପଠାଇବାକୁ ଝାରସୁଗୁଡା ଜେଲ ଅଧୀକ୍ଷକଙ୍କ ଜରିଆରେ କୋର୍ଟକୁ ଅବଗତ କରିଛି ଜେଲ୍ ବିଭାଗ। ପୂର୍ବରୁ ଝାରସୁଗୁଡା ଜେଲ ପକ୍ଷରୁ ଏନେଇ ଜେଲ ବିଭାଗକୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି।

Jharsuguda Naba Das Murder Gopal Das