Advertisment

ନାର୍କୋ ଟେଷ୍ଟ ପାଇଁ ଗୁଜରାଟ ଯାଉଛନ୍ତି ଗୋପାଳ ଦାସ

ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ।

ଅଦ୍ୟତନ ହୋଇଛି
Gopal Das

Gopal Das

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କାହିଁକି ହତ୍ୟା କରିଥିଲେ ଗୋପାଳ ଦାସ? ସତ ଜାଣିବା ପାଇଁ ଗୋପାଳଙ୍କ ନାର୍କୋ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ। ସେଥିପାଇଁ ତାଙ୍କୁ ଆଜି ସନ୍ଧ୍ୟା ବେଳେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଗୁଜରାଟ ଗାନ୍ଧିନଗରକୁ ନେଉଛି। ନାର୍କୋ ଟେଷ୍ଟ ପାଇଁ ଓଡ଼ିଶାରେ ବ୍ୟବସ୍ଥା ନଥିବାରୁ ତାଙ୍କୁ ଗୁଜରାଟ ନିଆଯାଉଛି। ଗୋପାଳଙ୍କୁ ଝାରସୁଗୁଡ଼ାରୁ କୋଲକାତା ଦେଇ ଗୁଜରାଟ ନିଆଯିବାର କାର୍ଯ୍ୟକ୍ରମ ରହିଛି।

Advertisment

ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏଠାରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜ୍ୟ ରାଜନୀତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ା ଯାଇ ତଦନ୍ତ କରୁଛନ୍ତି। ଅଭିଯୁକ୍ତ ଗୋପାଳଙ୍କୁ ଜେରା ମଧ୍ୟ କରୁଛନ୍ତି। ଏହି ମାମଲାରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓ ଓ ଗାନ୍ଧି ଛକ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଛି।

Advertisment

ଅନ୍ୟପକ୍ଷରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି। ମଙ୍ଗଳବାର ଗୋପାଳଙ୍କୁ କ୍ରାଇମ୍‌ ସ୍ପଟ୍‌ ନେଇଥିଲା। ମନ୍ତ୍ରୀଙ୍କ ଉପରକୁ ଗୋପାଳ କେମିତି ଗୁଳି ପୁଟାଇଥିଲେ? ତାହାର ଡେମୋ ଦେଖାଇଥିଲେ। ହେଲେ ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ? କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସତ ସଗାଳି ପାରୁନାହିଁ। ତେଣୁ ନାର୍କୋ ଟେଷ୍ଟ କରିବା ପାଇଁ ତାଙ୍କୁ ଆଜି ଗୁଜରାଟ ନେଉଛି।

BjD Naba Das Jharsuguda Naba Das Murder Gopal Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe