Advertisment

ଝାରସୁଗୁଡ଼ା ସହରରେ ବୁଲିଲେ ହାତୀ ପଲ

ଶନବିର ବିଳମ୍ବିତ ରାତିରେ ୧୨ଟିକିଆ ହାତୀ ପଲ ଝାରସୁଗୁଡ଼ା ସହର ଭିତରକୁ ପଶି ଆସି ଉତ୍ପାତ ମଞ୍ଚାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant

Elephant

ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ସହରରେ ବୁଲିରେ ହାତୀ ପଲ। ଏହି ହାତୀ ପଲରେ ୧୨ଟି ହାତୀ ଥିଲେ। ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସହରବାସୀଙ୍କ ନିଦ ହଜି ଯାଇଥିଲା। ସେମାନେ ଭୟଭୀତ ହୋଇଯାଇଥିଲେ। 

Advertisment

ସହର ଭିତରେ ହାତୀ ବିଚରଣ କରୁଥିବା ଖବର ପାଇ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ। ପୁଲିସ୍ ସହାୟତାରେ ସେମାନେ ହାତୀଙ୍କୁ ଘଉଡ଼ାଇଥିଲେ।ଏହି ହାତୀ ପଲ ନିକଟରେ ଥିବା ଜଙ୍ଗଲକୁ ପଳାଇଯାଇଥିବା ଝାରସୁଗୁଡ଼ା ବନଖଣ୍ଡ ରେଞ୍ଜର ରମେଶ ଚନ୍ଦ୍ର ନାଥ କହିଛନ୍ତି।

ରେଞ୍ଜର କହିଛନ୍ତି, ପ୍ରଧାନ ରେଞ୍ଜରେ ଏହି ହାତୀ ପଲ ଥିଲେ। ଗତକାଲି ରାତିରେ ଡମରା ଓ ଷ୍ଟେସନ ଦେଇ ଝାରସୁଗୁଡ଼ା ଟାଉନ ଭିତରକୁ ପଶି ଆସି ମଙ୍ଗଳ ବଜାର ହସପିଟାଲ ପାଖରେ ଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ଏହି ହାତୀ ପଲକୁ ଘଉଡାଇଥିଲେ। ଏହି ହାତୀ ପଲ ମୁଙ୍ଗାପଡା, ସରବାହାଲ ଓ ବୃନ୍ଦାମାଲ ରାସ୍ତା ଦେଇ ବୁର୍ଖାମୁଣ୍ଡାର ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଏହି ହାତୀ ପଲରେ ୧୨ ଜଣ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଛି ଛୁଆ ହାତୀ ମଧ୍ୟ ଅଛନ୍ତି।

Advertisment

ଖାଦ୍ୟ ଅନ୍ୱେଷଣଣେ ଏହି ହାତୀ ପଲ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି। 

Jharsuguda Elephant Trafficking