Advertisment

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି, କହିଲେ- ବାପା ବଞ୍ଚିଥିଲେ ଦେଖି ଖୁସି ହୋଇଥାଆନ୍ତେ

ସେ ପୂର୍ବାହ୍ନ ୧୦ଟାରେ ଝାରସୁଗୁଡା ସହରସ୍ଥିତ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବାରେ ରାଲିରେ ଆସି ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚି ଥିଲେ।

ଅଦ୍ୟତନ ହୋଇଛି
Dipali das submitted the nomination

Dipali das submitted the nomination

Advertisment

ଝାରସୁଗୁଡା ଉପନିର୍ବାଚନ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି। ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ପୂର୍ବାହ୍ନ ୧୦ଟାରେ ଝାରସୁଗୁଡା ସହରସ୍ଥିତ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାଲିରେ ଆସି ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚି ଥିଲେ। ଏଠାରୁ ବିଜେଡିର ରାଜ୍ୟସ୍ତରୀୟ ନେତୃବର୍ଗ ଓ ଦଳୀୟ କର୍ମୀଙ୍କ ସହିତ ବିଶାଳ ପଟୁଆରରେ ଝଣ୍ଡା ଛକ, ରେଲୱେ ଷ୍ଟେସନ ଛକ, ବସ ଷ୍ଟେସନ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ। ଦଳୀୟ ନେତାଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ନାମାଙ୍କନପତ୍ର ଦେଇଥିଲେ। ଏହି ବିଶାଳ ଶୋଭାଯାତ୍ରା କରି ବିଜେଡି ତାର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି।

Advertisment

ଏହି ସମୟରେ ବିଜେଡି ପକ୍ଷରୁ ପ୍ରତାପ ଜେନା, ସ୍ନେହାଙ୍ଗିନି ଛୁରିଆ, ରୀତା ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ନାୟକ, ଅଳକା ମହାନ୍ତି ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଦିପାଳୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜିର ରାଲିରେ ବହୁ ଲୋକ ସାମିଲ ହୋଇଥିଲେ। ଯାହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ଭଲପାଇବା ଓ ବାପା ନବ ଦାସଙ୍କ ପ୍ରତି ଥିବା ଲୋକପ୍ରିୟତାକୁ ସୁଚାଇଛି। ଆଜି ଯଦି ବାପା ବଞ୍ଚିଥାଆନ୍ତେ ଏହା ଦେଖି ବେଶ ଖୁସି ହୋଇଥାଆନ୍ତେ। ତେବେ ବି ଉପରେ ଥାଇ ସେ ଆଶୀର୍ବାଦ ଦେଉଛନ୍ତି। ଝାରସୁଗୁଡ଼ାରେ ମହିଳାଙ୍କ ଉନ୍ନତି ସହ ବିକାଶ ମୁଖ୍ୟ ପ୍ରସଙ୍ଗ ହେବ। ବାପାଙ୍କ ସ୍ୱପ୍ନକୁ ପୂରଣ କରିବି। ଆଶା ରହିଛି ବହୁତ ଅଧିକ ଭୋଟରେ ଜିତିବି ବୋଲି ଦୀପାଳି କହିଛନ୍ତି।

Advertisment

ସୂଚନା ଥାଉକି, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। ମେ` ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ। ମୋଟ ୨୫୩ଟି ମତଦାନ କେନ୍ଦ୍ରରେ ନିର୍ବାଚନମଣ୍ଡଳୀର ୨ଲକ୍ଷ ୨୧ହଜାର ୭୦ଜଣ ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରେ ୧ଲକ୍ଷ ୧୦ହଜାର ୩୨୦ଜଣ ପୁରୁଷ, ୧ଲକ୍ଷ ୧୦ହଜାର ୬୮୭ଜଣ ମହିଳା ଭୋଟର ଏବଂ ୬୩ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe