/odisha-reporter/media/post_attachments/uploadimage/library/16_9/16_9_0/Heat_Wave_1684160532.jpg)
Heat Wave
ଆଜି ରେକର୍ଡ କରିଛି ପାରଦ। ୪୫.୬ ଡିଗ୍ରୀ ସହ ଝାରସୁଗୁଡ଼ାର ପାରଦ ଆଜି ରେକର୍ଡ କରିଛି। ଯାହା ଚଳିତ ଗ୍ରୀଷ୍ମ ୠତୁରେ ବର୍ତ୍ତମାନ ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତା’ପଛକୁ ରହିଛି ସମ୍ବଲପୁର। ଏଠାରେ ତାପମାତ୍ରା ୪୫. ୨ ଡିଗ୍ରୀ ରେକର୍ଡ଼ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ସୋନପୁରରେ ୪୪.୮ ଡିଗ୍ରୀ, ହୀରାକୁଦରେ ୪୪.୭ ଡିଗ୍ରୀ, ବୌଦ୍ଧରେ ୪୪.୬ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୮ ଡିଗ୍ରୀ, ରାଉରକେଲାରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୨.୪ ଡିଗ୍ରୀ, ଦେବଗଡ଼ରେ ୪୨.୪ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, କେନ୍ଦୁଝରରେ ୪୧.୨ ଡିଗ୍ରୀ, ଜଗତସିଂହପୁରରେ ୪୧.୦ ଡିଗ୍ରୀ, ଢେଙ୍କାନାଳରେ ୪୧.୦ ଡିଗ୍ରୀ, କଟକରେ ୪୦.୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦.୨ ଡିଗ୍ରୀ ଓ ଫୁଲବାଣୀର ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଭଦ୍ରକରେ ୩୯.୪ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ନବରଙ୍ଗପୁରରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୯.୦ ଡିଗ୍ରୀ, ନୟାଗଡ଼ରେ ୩୮.୮ ଡିଗ୍ରୀ, କୋରାପୁଟରେ ୩୮.୬ ଡିଗ୍ରୀ, ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, ଭୁବନେଶ୍ୱରରେ ୩୮.୨ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୦ ଡିଗ୍ରୀ, ବାଲେଶ୍ୱରରେ ୩୬.୬ ଡିଗ୍ରୀ, ରାୟଗଡ଼ାରେ ୩୬.୬ ଡିଗ୍ରୀ, ଗୋପାଳପୁରରେ ୩୫.୮ ଡିଗ୍ରୀ, ପୁରୀରେ ୩୫.୬ ଡିଗ୍ରୀ ଓ ପାରାଦୀପରେ ୩୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Maximum temperature recorded at different locations of Odisha as of today, 9th June 2023
#Jharsuguda with 45.6°C records the season's highest day temperature
#Sambalpur 45.2°C, #Sonepur 44.8°C, Boudh 44.6°C & #Bolangir 44°C pic.twitter.com/gKg7C7Lquz
— Meteorological Centre, Bhubaneswar (@mcbbsr) June 9, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
