Advertisment

ଆଜିଠୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ

ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।

author-image
Tapaswini Nayak
ଅଦ୍ୟତନ ହୋଇଛି
Gopal Das

Gopal Das

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ୪ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅମୁମୋଦନ ପ୍ରଦାନ କରିଛନ୍ତି।

Advertisment

କେଉଁ କାରଣ ପାଇଁ ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କଲେ, ପୂର୍ବଶତ୍ରୁତା ଥିଲା ନା ଆଉ କିଛି କାରଣ ଥିଲା ସେନେଇ କ୍ରାଇବବ୍ରାଞ୍ଚ ଗୋପାଳକୁ ଜେରା କରିବ ବୋଲି ସୂଚନା ମିଳିଛି।

ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। କୋର୍ଟ ଗୋପାଳକୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

Advertisment

ସୋମବାର ଦିନ ଗୋପାଳକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହାସହ ତାଙ୍କୁ ଚାକିରିରୁ ମଧ୍ୟ ବରଖାସ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ରବିବାର ଦିନ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ରାସ୍ତାରେ ତାଙ୍କୁ କର୍ମୀମାନେ ଅଟକାଇ ଭବ୍ୟ ସ୍ୱାଗତ କରୁଥିଲେ। କର୍ମୀଙ୍କ ଅଭିବାଦନ ଗ୍ରହଣ କରିବା ପାଇଁ ଶ୍ରୀ ଦାସ ଅଟକିଥିଲେ। ଗାଡ଼ିରୁ ଓହ୍ଲାଉଥିବା ବେଳେ ଗୋପାଳ ନିଜ ସର୍ଭିସ୍‌ ରିଭଲଭରରୁ ମନ୍ତ୍ରୀଙ୍କ ଉପରକୁ ଗୁଳି କରିଥିଲେ।

Naba Das Naba Das Murder