Advertisment

ଆଜି ସରୁଛି ପ୍ରଚାର; ହାଇଭୋଲଟେଜ୍ କ୍ୟାମ୍ପେନ୍‌ରେ କମ୍ପୁଛି ଝାରସୁଗୁଡ଼ା

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ।

ଅଦ୍ୟତନ ହୋଇଛି
Campaign

Campaign

Advertisment

ହାଇଭୋଲଟେଜ୍ କ୍ୟାମ୍ପେନ୍‌ରେ କମ୍ପୁଛି ଝାରସୁଗୁଡ଼ା। ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ଏହି ଅଞ୍ଚଳ ଏବେ ଉଠୁଛି ପଡ଼ୁଛି । ହାତରେ ମାତ୍ର ଆଉ ଗୋଟିଏ ଦିନ ଥିବାରୁ ଜୋରସୋରରେ ଲାଗିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାରାଥନ ପ୍ରଚାର ଚଳାଇଛନ୍ତି।

Advertisment

ଘରକୁ ଘରୁ ବୁଲି ଭୋଟରଙ୍କୁ ନିଜ ପକ୍ଷରେ କରିବାକୁ ଚଳାଇଛନ୍ତି ଉଦ୍ୟମ। ଆଜି ସଂଧ୍ୟାରେ ପ୍ରଚାର ସରୁଥିବାରୁ କେହି ବି ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି । ଶେଷ ଦିନରେ ସବୁ ଦଳର ଷ୍ଟାର ପ୍ରଚାରକ ବି କ୍ୟାମ୍ପେନ୍ ପରେ ମଇଦାନ ଛାଡ଼ିବେ।

ଗତକାଲି ଝାରସୁଗୁଡ଼ା ଉନପନିର୍ବାଚନରେ ହେଭିୱେଟ୍‌ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା। ଅମରପାଲିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭା କରି ନବ ଦାସଙ୍କ ଝିଅ ଦୀପାଳିଙ୍କ ପାଇଁ ଭୋଟ ମାଗିଥିବା ବେଳେ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ରୋଡ୍‌ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ଭୋଟ୍ ମାଗିଥିବା ବେଳେ କୋଲାବିରା ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଥିଲେ।

Advertisment

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛିା ଆଜିଠୁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଯିବା ଆରମ୍ଭ କରିବେ। ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ।

BjD Bjp Jharsuguda Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe