Advertisment

ଖେରୁଆଲ୍‌ରେ ଜଳିଲା ନବଙ୍କ ଚିତା, ଅଶ୍ରୁଳ ବିଦାୟ ଦେଲେ ସମର୍ଥକ

ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ସମର୍ଥକ ଓ ପରିବାର ଲୋକ। ଗାଁ ଶ୍ମଶାନରେ ଜଳିଛି ନବଙ୍କ ଚିତା। ମୁଖାଗ୍ନି ଦେଇଛନ୍ତି ପୁଅ ବିଶାଳ ଦାସ।

author-image
Manoranjan Sial
BJD

Naba Das

ଅବିଭକ୍ତ ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର ଦାସ ଝାରଗୁଡ଼ାକୁ କର୍ମଭୂମୀ ଭାବେ ବାଛିଥିଲେ। ଆଉ ସେଠାରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ବନିଥିଲେ। ହେଲେ ଆଜି ସେ ଚିର ନିଦ୍ରାରେ। ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ସମର୍ଥକ ଓ ପରିବାର ଲୋକ। ଝାରସୁଗୁଡ଼ା ଖେରୁଆଲ୍‌ ଶ୍ମଶାନରେ ଜଳିଛି ନବଙ୍କ ଚିତା। ମୁଖାଗ୍ନି ଦେଇଛନ୍ତି ପୁଅ ବିଶାଳ ଦାସ। ଗାର୍ଡ଼ ଅଫ୍‌ ଅନର ପରେ ମୁଖାଗ୍ନି ଦେଇଥିଲେ ତାଙ୍କ ପୁଅ।

Advertisment

ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ ନବ କିଶୋର ଦାସ। ରବିବାର ବ୍ରଜରାଜନଗରେ ଘଟିଥିବା ଗୁଳିକାଣ୍ଡରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ନବ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା। ରାତିରେ ମୃତଦେହକୁ ବିଧାନସଭାକୁ ନିଆଯାଇଥିଲା। ସେଠାରେ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା। ବାଚସ୍ପତିଙ୍କ ସମେତ ବିଧାୟକ ଓ ବିଧାୟକ ଶେଷଦର୍ଶନ କରିଥିଲେ। 

ଆଜି ଶେଷ ଦର୍ଶନ ପାଇଁ ନବଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ଆଜି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତା’ପରେ ମୃତଦେହକୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଜେଡିର ପ୍ରମୁଖ ନେତାମାନେ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Advertisment

ଏହାପରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରୁ ନବ ଦାସଙ୍କ ମର ଶରୀରକୁ ଝାରସୁଗୁଡ଼ା ନିଆଯାଇଥିଲା। ସେଠାରୁ ଏକ ଆମ୍ବୁଲାନ୍ସରେ ମୃତଦେହକୁ ସରବାହାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଝାରସୁଗୁଡ଼ାବାସୀ ନିଜ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବେ। ତା’ପରେ ମୃତଦେହକୁ ବିଶାଳ ଶୋଭାଯାତ୍ରାରେ ଝାରସୁଗୁଡ଼ା ସହର ପରିକ୍ରମା କରାଯାଇଥିଲା। ଏହାପରେ ମରଶରୀରକୁ ଖେରୁଆଲି ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା। ତା’ପରେ ମୁଖାଗ୍ନି ଦେଇଥିଲେ ତାଙ୍କ ପୁଅ।

BjD Political Violence Naba Das