Advertisment

ସମର୍ଥ ହତ୍ୟା ଘଟଣା: ହାତ କାଟିଲା ପୁଲିସ୍‌ ରିମାଣ୍ଡରେ ଥିବା ମୁଖ୍ୟ ଅଭିଯୁକ୍ତ

ସୁନୀତ ଅଗ୍ରୱାଲ ଝାରସୁଗୁଡ଼ାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ଅମିତଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ କରିଥିଲା।

ଅଦ୍ୟତନ ହୋଇଛି
Accused

Accused

Advertisment

ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଅମିତ ଶର୍ମା ପୁଲିସ୍‌ ରିମାଣ୍ଡରେ ଥିବା ବେଳେ ଆଜି ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛି।

Advertisment

ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାକୁ ପୁଲିସ୍‌ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି । ପୁଲିସ୍‌ ଅମିତକୁ ରିମାଣ୍ଡରେ ଆଣି ରିଜର୍ଭ ବାଟାଲିଅନରେ ରଖିଥିବା ବେଳେ। ଆଜି ରିମାଣ୍ଡରେ ଶେଷ ଦିନ ଥିଲା । ତେଣୁ ଜେରା ପରେ ପୁଲିସ୍‌ ତାକୁ କୋର୍ଟରେ ହାଜର କରିବା ନିମନ୍ତେ ପ୍ରସ୍ତୁତି ଚଳାଇଥିଲା। ଏହି ସମୟରେ ସେଠାରେ ଥିବା ଏକ ଦର୍ପଣର କାଚ ଭାଙ୍ଗି  ଅମିତ ସେଥିରେ ନିଜ  ହାତ ସମେତ ଶରୀରର ବିଭିନ୍ନ ସ୍ଥାନକୁ କାଟି ଦେଇଥିଲା।

ଏହାଦେଖି ଉପସ୍ଥିତ ପୁଲିସ୍‌ କର୍ମଚାରୀ ତୁରନ୍ତ  ରକ୍ତାକ୍ତ ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅମିତକୁ କୋର୍ଟରେ ହାଜର କରିଛି ପୁଲିସ୍‌।

Advertisment

ସମର୍ଥ ଅଗ୍ରୱାଲଙ୍କ ପିତା ସୁନୀତ ଅଗ୍ରୱାଲ ଝାରସୁଗୁଡ଼ାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ଅମିତର ତାଙ୍କ ପରିବାର ସହ ବେଶ୍‌ ଚିହ୍ନା ପରିଚୟ ଥିଲା । ଏହାର ଫାଇଦା ନେଇ ସେ ଟଙ୍କା ହାସଲ କରିବା ଉଦ୍ଦେଶ୍ୟରେ ସୁନିତଙ୍କ ୧୫ ବର୍ଷୀୟ ପୁଅ ସମର୍ଥଙ୍କୁ ଅପହରଣ କରିଥିଲା। ଏହାପରେ ପୁଅକୁ ଛାଡ଼ି ଦେବାକୁ ପ୍ରଥମେ ୫୦ ଲକ୍ଷ ଓ ପରେ ୯୦ ଲକ୍ଷ ଟଙ୍କା ଦାବି କରିଥିଲା ଏବଂ ପୁଲିସ୍‌କୁ କିଛି ନ କହିବାକୁ ଧମକ ଦେଇଥିଲା।

ମାତ୍ର ସୁନୀତଙ୍କ ପରିବାର ଲୋକ ପୁଲିସ୍‌କୁ ଖବର ଦେଇଥିବା ଜାଣି ଅମିତ ନିଜ ସହଯୋଗୀ ଦିନେଶ ସହ ଗତ ୨୭ ତାରିଖ ରାତିରେ ହିଁ ସମର୍ଥଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି। ଏହାପରେ ତାଙ୍କ ମୃତଦେହକୁ ସେମାନେ ବରଗଡ଼ରେ ପୋଡ଼ି ଦେଇଥିଲେ। କଲ ରେକର୍ଡ ଯାଞ୍ଚ କରାଯିବା ସହ ସିସିଟିଭି ଫୁଟେଜ, ଗୁଇନ୍ଦା ତଥ୍ୟ, ସାକ୍ଷୀଙ୍କ ବୟାନକୁ ବ୍ୟବହାର କରି ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିଲା।

ନାବାଳକ ସମର୍ଥଙ୍କ ହତ୍ୟା ଘଟଣା ଏକ ବର୍ବରକାଣ୍ଡ ହୋଇଥିବାରୁ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଝାରସୁଗୁଡ଼ା ଜିଲ୍ଲାବାସୀ ଦୃଢ ଦାବି ଜଣାଇଛନ୍ତି।

ରିପୋର୍ଟ: ଝାରସୁଗୁଡ଼ାରୁ ଭାଗିରଥୀ ସାହୁ

Murder Kidnap Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe