Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକର ଜୀବନ

ପିଲାଟିର ହାତ ଓ ମୁହଁ ପୋଡ଼ି ଯାଇଛି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ଅଦ୍ୟତନ ହୋଇଛି
undefined

Electric wire

Advertisment

ହୋଲିରେ ଦୁଃଖଦ ଘଟଣା ଘଟିଛି। ୧୧ କେଭି ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର କଲେଜ ନିକଟରେ। ନାବାଳକର ପରିଚୟ ମିଳିନାହିଁ। ତାଙ୍କ ଘର ଓରିଏଣ୍ଟ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ବୋଲି ଜଣାପଡ଼ିଛି। ପିଲାଟିର ହାତ ଓ ମୁହଁ ପୋଡ଼ି ଯାଇଛି।

Advertisment

ଆଜି ସକାଳେ ବ୍ରଜରାଜନଗର କଲେଜ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ନିକଟରେ ନାବାଳକର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପିଲାଟି ବିଦ୍ୟୁତ ଖୁଣ୍ଟକୁ ଚଢ଼ିଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି  ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।  ନାବାଳକ ଜଣଙ୍କ କ’ଣ ପାଇଁ ବିଦ୍ୟୁତ ଖୁଣ୍ଟ ନିକଟକୁ ଆସିଥିଲେ, ସେ କିପରି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ତା’ର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Jharsuguda Deadbody Electric Shock
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe