Advertisment

ପୁଅ ସହ ଘରେ ଶୋଇଥିଲେ ବାପାମା’, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ରାତି ଅଧରେ ପରିବାରର ୩ ସଦସ୍ୟ ଶୋଇଥିଲେ। ହଠାତ୍‌ ଘରେ ନିଆଁ ଲାଗିଗଲା। ଏଥିରେ ଜଳି ଗୁରୁତର ହୋଇଛନ୍ତି ବାପା, ମା’ ଓ ପୁଅ ।

ଅଦ୍ୟତନ ହୋଇଛି
Fire

Fire

Advertisment

ରାତି ଅଧରେ ପରିବାରର ୩ ସଦସ୍ୟ ଶୋଇଥିଲେ। ହଠାତ୍‌ ଘରେ ନିଆଁ ଲାଗିଗଲା। ଏଥିରେ ଜଳି ଗୁରୁତର ହୋଇଛନ୍ତି ବାପା, ମା’ ଓ ପୁଅ । ପରିବାର ସମସ୍ତ ୩ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟାପଡ଼ାରେ ଘଟିଛି। ଗୁରୁତର ୩ ଜଣ ହେଲେ ଟିକେଶ୍ୱର ଦେବଙ୍ଗାନ ତାଙ୍କ ପତ୍ନୀ ସୁଶୀଳା ଦେବଙ୍ଗାନ ଓ ପୁଅ ୧୩ ବର୍ଷର ପୁଅ ବୀର ଦେବଙ୍ଗାନ ।

Advertisment

ଟିକେଶ୍ୱର ଜଣେ ଇଲେକ୍ଟ୍ରି ମିସ୍ତୀ ଭାବେ କାମ କରୁଥିବା ବେଳେ ପତ୍ନୀ ଓ ପୁଅ ସହ ଇଟାଭଟାପଡ଼ାସ୍ଥିତ ନିଜ ଘରେ ରୁହନ୍ତି । ଗତ ରାତିରେ ବାପମା’ ଓ ପୁଅ ଶୋଇଥିବା ବେଳେ ହଠାତ୍‌ ଘରେ ନିଆଁ ଲାଗି ଯାଇଥିଲା।

ଟିକେଶ୍ୱର ହଠାତ୍‌ ବାହାରକୁ ଆସି ଚିତ୍କାର କରିବାରୁ ସାହି ପଡ଼ିଶା ଆସି ଉଭୟ ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Advertisment

ସୁଶୀଳାଙ୍କ ଶରୀରର ୯୦% ପୋଡ଼ି ଯାଇଥିବା ବେଳେ ତାଙ୍କ ପୁଅ ଶରୀର ୪୦% ପୋଡ଼ି ଯାଇଛି। ସେହିପରି ଟିକେଶ୍ୱରଙ୍କ ଶରୀର ମଦ୍ୟ ବହୁ ମାତ୍ରାରେ ପୋଡ଼ି ଯାଇଛି।

ଘରେ ଥିବା ଫାଙ୍କରେ କେହି ପେଟ୍ରୋଲ ଢାଳି ନିଆଁ ଲଗାଇଥିବା କହିଛନ୍ତି । ଏହି ଘଟଣା ପଛରେ ତାଙ୍କ ଭାଇଙ୍କ ହାତ ଥିବା ସେ ସନ୍ଦେହ କରୁଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିପାରିନି।

Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe