Advertisment

ଏଏସ୍‌ଆଇ ଗୋପାଳ ଦାସ ଗିରଫ

‘ଗୁଳିକାଣ୍ଡ ଘଟିଥିବା ସ୍ଥଳର ଯାଞ୍ଚ କରାଯାଇଛି। ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। କାହିଁକି ଗୁଳି କଲେ ଓ ପୂର୍ବଶତ୍ରୁତା ଥିଲା କି ନାହିଁ ତଦନ୍ତ ଚାଲିଛି।’

author-image
Manoranjan Sial
ଅଦ୍ୟତନ ହୋଇଛି
ASI Gopal Das

ASI Gopal Das

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ଗିରଫ। ପଚରାଉଚରା ପରେ ଆଜି ତାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

Advertisment

ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ଗିରଫ ନେଇ ଏଡିଜି ଅରୁଣ ବୋଥ୍ରା କହିଛନ୍ତି, ଗୁଳିକାଣ୍ଡ ଘଟିଥିବା ସ୍ଥଳର ଯାଞ୍ଚ କରାଯାଇଛି। ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। କାହିଁକି ଗୁଳି କଲେ ଓ ପୂର୍ବଶତ୍ରୁତା ଥିଲା କି ନାହିଁ ତଦନ୍ତ ଚାଲିଛି। ନବ ଦାସଙ୍କ ପିଏସ୍ଓ ଗୋପାଳ ନଥିଲେ ବୋଲି ବୋଥ୍ରା କହିଛନ୍ତି।

ରବିବାର ବ୍ରଜରାଜନଗରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଅଭିଯୋଗରେ ଏଏସ୍‌ଆଇ ଗୋପାଳ ଦାସକୁ ପୁଲିସ ଅଟକ ରଖିଥିଲା। ସୁରକ୍ଷା ଦୃଷ୍ଟିରୁ ତାକୁ ସୁନ୍ଦରଗଡ଼ ରିଜର୍ଭ ଲାଇନକୁ ନିଆଯାଇଥିଲା। ଆଜି ସେଠାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍‌ ଜେରା କରିଥିଲା। ତା’ପରେ ତାଙ୍କୁ ଗିରଫ କରାଯାଇଥିଲା।

Advertisment

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଆଜି ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ। ସେ ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ଅଫିସ୍‌ରେ ହୋଇଥିବା ବୈଠକରେ ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଉପସ୍ଥିତ ରହିଥିଲେ।

ରବିବାର ଦିନ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ରାସ୍ତାରେ ତାଙ୍କୁ କର୍ମୀମାନେ ଅଟକାଇ ଭବ୍ୟ ସ୍ୱାଗତ କରୁଥିଲେ। କର୍ମୀଙ୍କ ଅଭିବାଦନ ଗ୍ରହଣ କରିବା ପାଇଁ ଶ୍ରୀ ଦାସ ଅଟକିଥିଲେ। ଗାଡ଼ିରୁ ଓହ୍ଲାଉଥିବା ବେଳେ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ସର୍ଭିସ୍‌ ରିଭଲଭରରୁ ମନ୍ତ୍ରୀଙ୍କ ଉପରକୁ ଗୁଳି କରିଥିଲେ। ଫଳରେ ରକ୍ତ ଜୁଡୁବୁଡୁ ହୋଇ ଗାଡ଼ି ଭିତରେ ପଡ଼ି ଯାଇଥିଲେ। ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ଏୟାର ଲିପ୍ଟିଂ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

BjD Naba Das Jharsuguda Sundargarh