Advertisment

ଗରିବ ରାଜ୍ୟରେ ଧନୀ ନେତା, ଶନିଦେବଙ୍କୁ ଦାନ କଲେ କୋଟିଏ ଟଙ୍କାର ସୁନା କଳସ

‘ଶନିବାର ପଡ଼ିଥିଲା ତ୍ରିବେଣୀ ଅମାବାସ୍ୟ। ଭାରତୀୟ ହିନ୍ଦୁଧର୍ମରେ ସର୍ବଶ୍ରେଷ୍ଠ ଦେବତା ହେଉଛି ଶନି। ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଅଛନ୍ତି। ଶନି ଶିଙ୍ଗନାପୁର ମନ୍ଦିର ଆଗରେ କମ୍ୱଳ ବଣ୍ଟାଯାଏ। ପ୍ରତିଦିନ ଖାଇବାକୁ ଦିଆଯାଏ। ଛୋଟଠାରୁ ବଡ଼ ଯାଏଁ ସଭିଏଁ ଶନିଦେବଙ୍କ ପାଖରେ ଶରଣ ପଶନ୍ତି।’

ଅଦ୍ୟତନ ହୋଇଛି
Naba Das

Naba Das

Advertisment

ପ୍ରାକୃତିକ ସମ୍ପଦର ଭର୍‌ପୂର ରାଜ୍ୟ ହେଉଛି ଓଡ଼ିଶା। ତଥାପି ଏହା ଗରିବ ରାଜ୍ୟର ଆଖ୍ୟା ପାଇଛି। ଆମ ନେତାମାନେ ଗରିବୀ ଗରିବୀ କହି ଚିତ୍କାର କରୁଛନ୍ତି। ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି। ହେଲେ ସେହି ଗରିବ ରାଜ୍ୟର ଜଣେ ଧନୀ ନେତା ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ଦାନ କରିଛନ୍ତି କୋଟିଏ ଟଙ୍କାର ସୁବର୍ଣ୍ଣ କଳସ।

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ରାଜ୍ୟ କ୍ୟାବିନେଟ୍‌ର ପାୱାରଫୁଲ୍‌ ମନ୍ତ୍ରୀ ହେଉଛନ୍ତି ନବକିଶୋର ଦାସ। ତ୍ରିବେଣୀ ଅମାବାସ୍ୟାରେ ସେ ଓ ତାଙ୍କ ଝିଅ ଶନି ଶିଙ୍ଗନାପୁର ମନ୍ଦିରକୁ ଯାଇଥିଲେ। ଶନିଦେବଙ୍କୁ ଦର୍ଶନଙ୍କୁ ପୂଜା କରିବା ସହିତ ୧ କେଜି ୭୦୦ ଗ୍ରାମ ଓଜନର ସୁନା କଳସ ଦାନ କରିଥିଲେ, ଯାହାର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ୫ କେଜି ରୁପାରେ ନିର୍ମିତ କଳସ ମଧ୍ୟ ଦାନ କରିଥିଲେ। ସେ ସେଠାରେ ଜଳାଭିଷେକ ମଧ୍ୟ କରିଥିବା ଜଣାପଡ଼ିଛି। ସୁନା ଓ ରୁପା କଳସ ଦାନ କରିଥିବା ନବ ଦାସ ତାଙ୍କ ନାମ ଗୋପନ ରଖିବାକୁ ମନ୍ଦିର କମିଟିକୁ ଅନୁରୋଧ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

BJDଶନିଦେବଙ୍କୁ ପୂଜା କରୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ତେବେ ଏନେଇ ମନ୍ତ୍ରୀ ନବ ଦାସ କହିଛନ୍ତି, ଶନିବାର ପଡ଼ିଥିଲା ତ୍ରିବେଣୀ ଅମାବାସ୍ୟ। ଭାରତୀୟ ହିନ୍ଦୁଧର୍ମରେ ସର୍ବଶ୍ରେଷ୍ଠ ଦେବତା ହେଉଛି ଶନି। ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଅଛନ୍ତି। ଶନି ଶିଙ୍ଗନାପୁର ମନ୍ଦିର ଆଗରେ କମ୍ୱଳ ବଣ୍ଟାଯାଏ। ପ୍ରତିଦିନ ଖାଇବାକୁ ଦିଆଯାଏ। ଛୋଟଠାରୁ ବଡ଼ ଯାଏଁ ସଭିଏଁ ଶନିଦେବଙ୍କ ପାଖରେ ଶରଣ ପଶନ୍ତି। ମୁଁ ମଧ୍ୟ ପବିତ୍ର ଅମାବାସ୍ୟା ଦିନ ଶନି ପୀଠକୁ ଯାଇ ଦର୍ଶନ କରିଥିଲି। ପରେ ୧୦ ଲକ୍ଷ ଟଙ୍କା ଓ ସୁନା ଗଡ଼ୁ ଦାନ କରିଥିଲି। ଓଡ଼ିଶା ଓ ଝାରସୁଗଡ଼ାବାସୀ ଖୁସିରେ ରୁହନ୍ତି ବୋଲି ଶନିଦେବଙ୍କୁ ପ୍ରାର୍ଥନା କରିଥିଲି।

Advertisment
Odisha BjD Jharsuguda Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe