Advertisment

ହସୁଛନ୍ତି ଗୋପାଳ ଦାସ

ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ହେବ। ସେଥିପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଜରାଟର ଗାନ୍ଧି ନଗର ନେଉଛି। ତେଣୁ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ନେଇଥିଲା କ୍ରାଇମବ୍ରାଞ୍ଚ।

ଅଦ୍ୟତନ ହୋଇଛି
Gopal Das

Gopal Das

Advertisment

ହସୁଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ମନରେ ପଶ୍ଚାତାପ ଥିଲା ପରି ଲାଗୁନାହିଁ। ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟା କରି ସେ ବିବ୍ରତ ବା ଚିନ୍ତିତ ଥିଲା ପରି ଆଦୌ ଲାଗୁ ନାହାନ୍ତି। ବିମାନ ବନ୍ଦରରେ ବସିଥିବା ବେଳେ ତାଙ୍କର ଅଚିନ୍ତା ହସକୁ ନେଇ ଏପରି କଳ୍ପନା ଜଳ୍ପନା ଲାଗି ରହିଛି।

Advertisment

ତେବେ ଘଟଣାଟି ଏମିତି। ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ହେବ। ସେଥିପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଜରାଟର ଗାନ୍ଧି ନଗର ନେଉଛି। ତେଣୁ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ନେଇଥିଲା କ୍ରାଇମବ୍ରାଞ୍ଚ। ସେ ବିମାନ ବନ୍ଦରର ଲବି ବସିଥିଲେ। ଠିକ୍‌ ସେତିକି ବେଳେ ସେଠାରେ ଥିବା ଟେବୁଲ ଉପରେ ଗୋଟିଏ ଖବର କାଗଜ ଉପରେ ତାଙ୍କର ଆଖି ପଡ଼ିଲା। ଆଉ ସେଥିରେ ବାହାରିଥିବା ନିଜ ସମ୍ପର୍କିତ ଖବର ପଢ଼ି ହସି ପକାଇ ଥିଲେ ଗୋପାଳ ଦାସ। ଯାହା କ୍ୟାମେରାରେ କଏଦ ହୋଇଛି। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ରହି ରହିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ଏ ହସ ପଛର ପ୍ରକୃତ ରହସ୍ୟ କଣ? ତାଙ୍କ ମୁଣ୍ଡ ଉପରେ ଆଉ କେଉଁ ବଡ଼ ନେତାଙ୍କ ଆଶୀର୍ବାଦ ନାହିଁ ତ? ଗୋପାଳଙ୍କ ଏପରି ହସକୁ ନେଇ ଏବେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Advertisment

ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏଠାରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

BjD Naba Das Jharsuguda Crime Branch Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe