Advertisment

ଝାରସୁଗୁଡ଼ାକୁ ମୋ ବାପା ଫେରିଛନ୍ତି: ଦୀପାଳି

‘ଝାରସୁଗୁଡ଼ାବାସୀ ମୋ ସହିତ ପରିବାର ଭାବେ ଠିଆ ହୋଇଛନ୍ତି।’

ଅଦ୍ୟତନ ହୋଇଛି
Dipali das

Dipali das

Advertisment

’ଆଜି ସମସ୍ତେ ମୋ ବାପାଙ୍କ ବ୍ୟକ୍ତିତ୍ୱ, ଅସ୍ଥିତ୍ୱ ଓ ତାଙ୍କ ନାଁକୁ ଝାରସୁଗୁଡ଼ା ମାଟିକୁ ଫେରାଇ ଆଣିଛନ୍ତି। ମୋ ବାପା ପୁଣି ଥରେ ଝାରସୁଗୁଡ଼ାକୁ ଫେରିଛନ୍ତି। ବାପାଙ୍କୁ ଲୋକେ ବିଶ୍ୱାସ କରୁଥିଲେ, ଏଥର ତାଙ୍କ ଝିଅ ଉପରେ ଆସ୍ଥା ପ୍ରକଟ କରିଛନ୍ତି।’ ଝାରସୁଗୁଡ଼ା ଉପନିର୍ବାଚନ ଜିତିବା ପରେ ଏମିତି କିଛି କହିଛନ୍ତି ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ।

Advertisment

ସେ କହିଛନ୍ତି, ମୋ ବାପାଙ୍କ ଆର୍ଶୀବାଦ ମୋ ଉପରେ ରହିଛି। ଝାରସୁଗୁଡ଼ାବାସୀ ମୋ ସହିତ ପରିବାର ଭାବେ ଠିଆ ହୋଇଛନ୍ତି। ଆଜି ଆମ ପରିବାର ପାଇଁ ଓ ଝାରସୁଗୁଡ଼ାବାସୀଙ୍କ ପାଇଁ ବଡ଼ଦିନ। ଆଜି ଆମେ ସମସ୍ତେ ବହୁତ ଖୁସି। ଲୋକେ ଆମ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ଏହି ବିଶ୍ୱାସକୁ ଆଗାମୀ ଦିନରେ କାମରେ କରି ଦେଖାଇବି।

ଦୀପାଳି କହିଛନ୍ତି, ବାପା ଥିଲା ବେଳେ ଦାୟିତ୍ୱ ନେଇ କାମ କରୁଥିଲି। ଏଥର ଦାୟତ୍ୱ ବେଶି ବଢ଼ିଛି। ବାପାଙ୍କ ଭଳିଆ କାମ କରି ଦେଖାଇବାର ଅଛି। ଲୋକଙ୍କ ଆର୍ଶୀବାଦ ଓ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୁଁ ଆଗକୁ ଯିବି। 

Advertisment

ମୋ ବାପା ଏ ଅଞ୍ଚଳରେ ୩ ଥର ବିଧାୟକ ହୋଇଥିଲେ। ଆଜି ଲୋକେ ତାଙ୍କ ଝିଅକୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ଆଜି ବହୁତ ଖୁସିର ଦିନ। ମୋ ବାପାଥିଲେ ବହୁତ ଖୁସି ହୋଇଥାନ୍ତେ। ମୋ ବାପା ବାଘ ଥିଲେ, ତାଙ୍କ ଛୁଆମାନେ ସବୁବେଳେ ବାଘ ହୋଇ ରହିବେ ବୋଲି ଦୀପାଳି କହିଛନ୍ତି।

ଝାରସୁଗୁଡ଼ା ଉପନିର୍ବାଚନରେ ଦିବଙ୍ଗତ ନବ ଦାସଙ୍କ ଝିଅ ଦୀପାଳି ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ହରାଇଛନ୍ତିା 

Jharsuguda Bypoll BjD Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe