ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୧୦ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଆସନ୍ତା ମେ’ ୧୦ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ଏପ୍ରିଲ ୨୦ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ନାମାଙ୍କନ ପତ୍ର ଯାଂଚ ପରେ ମୋଟ ୧୦ଜଣଙ୍କ ପ୍ରାର୍ଥିପତ୍ର ବୈଧ ରହିଛି ଓ ୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୧୪ଜଣ ପ୍ରାର୍ଥୀ ମୋଟ ୨୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଭିନ୍ନ କାରଣରୁ ୪ଜଣ ପ୍ରାର୍ଥୀ ଯଥା-ରୀନା ଦେଶାଇ(ଦେଶ ଦଳ),ଶ୍ରୀଦାମ ଶର୍ମା(ସ୍ୱାଧୀନ), ସନ୍ତୋଷ ମହାପାତ୍ର(ସ୍ୱାଧୀନ) ଓ ତୁଳାରାମ ଗୁରୁ(ନବଭାରତ ନିର୍ମାଣ ସେବା ପାର୍ଟି)ଙ୍କ ନାମାଙ୍କ ପତ୍ର ଖାରଜ ହୋଇଛି ।
ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ ଜଲାନ, ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା , ଭୁବନେଶ୍ୱର ଗରଦିଆ ଓ ମହେନ୍ଦ୍ର ଲୁହଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।
ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୨୪ତାରିଖ ରହିଛି ।
ସୂଚନାଯୋଗ୍ୟ, ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଯୋଗୁ ଏହି ଆସନରେ ଉପନିର୍ବାଚନ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।