ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଆଜି ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ ଝାରସୁଗୁଡ଼ା ଜେଏମ୍ଏଫ୍ସିରେ ହାଜର କରିବ କ୍ରାଇମବ୍ରାଞ୍ଚ। ତା’ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳକୁ ଗୁଜରାଟର ଗାନ୍ଧୀନଗରରୁ ଆଣି ଝାରସୁଗୁଡାରେ ପହଞ୍ଚିଛି ଟିମ୍।
ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଗୋପାଳକୁ ଝାରସୁଗୁଡ଼ା ଅଣାଯାଇଥିଲା। ଏବେ ତାଳପଟିଆ ସ୍ଥିତ ଏଆରପୋର୍ଟ ଥାନାରେ ଗୋପାଳକୁ ରଖାଯାଇଛି। ଗୁଜରାଟର ଗାନ୍ଧୀନଗରରେ ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ କରାଯାଇଥିଲା। ତେବେ ନାର୍କୋଟେଷ୍ଟରୁ କି ନିର୍ଯ୍ୟାସ ବାହାରିଛି ? ପଲିଗ୍ରାଫ୍ ଟେଷ୍ଟରେ ସତ କହିଛି ତ ଗୋପାଳ ? ସେହି ତଥ୍ୟକୁ ଗୋପନ ରଖିଛି ତଦନ୍ତକାରୀ ସଂସ୍ଥା।
ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସଂପର୍କରେ କ’ଣ ଦର୍ଶାଯାଇଛି, ସେହି ତଥ୍ୟକୁ ବି ଗୁପ୍ତ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।