Advertisment

ଆଜି ସରୁଛି ଗୋପାଳର ରିମାଣ୍ଡ ଅବଧି

ଗୁଜରାଟର ଗାନ୍ଧୀନଗରରେ ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ କରାଯାଇଥିଲା।

Gopal Das

Gopal Das

Advertisment

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଆଜି ସରୁଛି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସିରେ ହାଜର କରିବ କ୍ରାଇମବ୍ରାଞ୍ଚ। ତା’ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳକୁ ଗୁଜରାଟର ଗାନ୍ଧୀନଗରରୁ ଆଣି ଝାରସୁଗୁଡାରେ ପହଞ୍ଚିଛି ଟିମ୍।

Advertisment

ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଗୋପାଳକୁ ଝାରସୁଗୁଡ଼ା ଅଣାଯାଇଥିଲା। ଏବେ ତାଳପଟିଆ ସ୍ଥିତ ଏଆରପୋର୍ଟ ଥାନାରେ ଗୋପାଳକୁ ରଖାଯାଇଛି। ଗୁଜରାଟର ଗାନ୍ଧୀନଗରରେ ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ କରାଯାଇଥିଲା। ତେବେ ନାର୍କୋଟେଷ୍ଟରୁ କି ନିର୍ଯ୍ୟାସ ବାହାରିଛି ? ପଲିଗ୍ରାଫ୍ ଟେଷ୍ଟରେ ସତ କହିଛି ତ ଗୋପାଳ ? ସେହି ତଥ୍ୟକୁ ଗୋପନ ରଖିଛି ତଦନ୍ତକାରୀ ସଂସ୍ଥା।

ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସଂପର୍କରେ କ’ଣ ଦର୍ଶାଯାଇଛି, ସେହି ତଥ୍ୟକୁ ବି ଗୁପ୍ତ ରଖାଯାଇଛି।

Advertisment
Naba Das Murder Gopal Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe