Advertisment

ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା, ଅଭିଯୁକ୍ତ ସହ ଥିଲା ଘନିଷ୍ଟ ପାରିବାରିକ ସମ୍ପର୍କ

ଟଙ୍କା ଆଦାୟ ପାଇଁ ୨ ଅଭିଯୁକ୍ତ ଝାରସୁଗାଡ଼ା ବୃନ୍ଦାବନ କଲୋନୀର ଅମିତ ଶର୍ମା ଓ ଗାନ୍ଧିଚୌକର ଦୀନେଶ ଅଗ୍ରୱାଲ ଏହି କାଣ୍ଡ ଘଟାଇଛନ୍ତି।

Accuse

Accuse

Advertisment

ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା। ଝାରସୁଗୁଡ଼ା ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ପୁଲିସ ତଦନ୍ତ କରି ଏହା ପାଇଥିବା ଆଜି ଏସ୍‌ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟଙ୍କା ଆବଶ୍ୟକତା ପୂରଣ ପାଇଁ ୨ ଅଭିଯୁକ୍ତ ଝାରସୁଗୁଡ଼ା ବୃନ୍ଦାବନ କଲୋନୀର ଅମିତ ଶର୍ମା ଓ ଗାନ୍ଧିଚୌକର ଦୀନେଶ ଅଗ୍ରୱାଲ ଏହି କାଣ୍ଡ ଘଟାଇଛନ୍ତି। ସମର୍ଥ ପରିବାର ସହ ଅଭିଯୁକ୍ତ ଅମିତ ଶର୍ମାର ଘନିଷ୍ଠ ସଂପର୍କ ଥିଲା। ତେବେ ଆର୍ଥିକ ସ୍ଥିତି ଖରାପ ଥିବାରୁ ସମର୍ଥକୁ ଅପହରଣ କରି ଟଙ୍କା ଆଦାୟ ଯୋଜନା କରିଥିଲେ। ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲ ସମର୍ଥକୁ ଅପହରଣ କରିନେଇଥିଲେ। ତେବେ ଏହି ଘଟଣା ନେଇ ଖବର ପ୍ରଚାର ହୋଇଯିବା ପରେ ଧରାପଡ଼ିବା ଭୟ ଓ ସମର୍ଥକୁ ସମ୍ଭାଳିବା କଷ୍ଟ ହେବାରୁ ହତ୍ୟା କରିଥିଲେ।

Advertisment

ସମର୍ଥକୁ ଗୋଡ଼ଭଙ୍ଗା-ବିନିକା ରାସ୍ତାର ଥୁଆପାଲି ଗ୍ରୀଡ୍ ଷ୍ଟେସନ୍ ନିକଟରେ ହତ୍ୟା ପରେ ଶବକୁ ପୋଡ଼ି ଦେଇ ଚମ୍ପଟ ମାରିଥିଲେ ୨ ଅଭିଯୁକ୍ତ। ତେବେ ଅଧାପୋଡ଼ା ମୃତଦେହକୁ ଜବତ ପରେ ପୁଲିସ ବରଗଡ଼ ସଦର ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଥିଲା। ଘଟଣାରେ ସଂପୃକ୍ତ ୩ୟ ଅଭିଯୁକ୍ତ ଗଣେଶ ନାୟକକୁ ଗିରଫ କରାଯାଇଛି। ସେମାନଙ୍କୁ ଖସିବାରେ ସାହାଯ୍ୟ ଓ କଟୁରୀ କିଣିବାକୁ ସ୍କୁଟି ଦେଇଥିଲା ଗଣେଶ। ସମର୍ଥକୁ ଉଠାଇ ନେବାକୁ ପ୍ରାୟ ୧୫ ଦିନ ତଳୁ ଯୋଜନା କରିଥିଲେ ଉଭୟ।

ଏନେଇ ଏସ୍‌ପି ଆହୁରି କହିଛନ୍ତି, ଅମିତ୍‌ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲକୁ ଗିରଫ ପରେ ଏପ୍ରିଲ ପହିଲାରେ ୩ ଦିନିଆରେ ରିମାଣ୍ଡରେ ଆଣିଥିଲୁ। ଏହି ତଦନ୍ତ ବେଳେ ଅନ୍ୟଜଣେ ଅଭିଯୁକ୍ତର ସମ୍ପୃକ୍ତି ଥିବା ବାହାରିଥିଲା। ତା’ ନାମ ଗଣେଶ ନାୟକ। ସେ ବୁର୍ଲାର। ଅପହରଣ କରି ସମର୍ଥକୁ ବୁର୍ଲାରେ ରଖାଯାଇଥିଲା। ବୁର୍ଲାରେ ଘର ଯୋଗାଇ ଦେବା ଓ ରହିବାର ବ୍ୟବସ୍ଥା କରିବାରେ ଗଣେଶର ସମ୍ପୃକ୍ତି ରହିଛି। ସମସ୍ତଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବହୃତ ଗାଡ଼ିରେ ପେଟ୍ରୋଲ କିଣିବା ନିମନ୍ତେ ସେ ସ୍ଥାନୀୟ ପେଟ୍ରୋଲ ପମ୍ପକୁ ମଧ୍ୟ ସ୍କୁଟର ନେଇ ଯାଇଥିଲା। ସେ ବ୍ୟବହାର କରୁଥିବା ଏହି ସ୍କୁଟରକୁ ଜବତ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ।

Advertisment

ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅମିତ୍ ଓ ଦିନେଶ ଏହି ଅପହରଣ ଅପରାଧ ଘଟାଇଥିଲେ। ଅମିତ୍ ଆଜି ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ହେଲେ ଏହା ଦେଖିବା ପରେ ପୁଲିସ ପକ୍ଷରୁ ତାଙ୍କୁ ନେଇ ଡାକ୍ତରୀ ଚିକିତ୍ସା କରାଯାଇ କୋର୍ଟରେ ହାଜର କରାଇଥିଲା।

ରକ୍ତ ସମ୍ପର୍କ ନ ଥିଲେ ହେଁ ଅମିତ୍ ସହ ସମର୍ଥ ପରିବାର ବହୁତ ପୁରୁଣା ସମ୍ପର୍କ ଥିଲା। ଅଭିଯୁକ୍ତମାନେ ପ୍ରାୟ ୧୫ ଦିନ ତଳେ ଏହି ଘଟଣା ଘଟାଇବାକୁ ଯୋଜନା କରି ପରେ ରୂପ ଦେଇଥିଲେ। ଘଟଣାର ଅଧିକ ତଦନ୍ତ ଚାଲୁଛି।

ସୂଚନା ଥାଉକି, ଆଜି ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ରିଜର୍ଭ ବାଟାଲିଅନରେ ବାଥରୁମ ସାମ୍ନାରେ ଥିବା ଦର୍ପଣ ଭାଙ୍ଗି ହାତ କାଟି ଦେଇଥିଲା। ଦେହର ଅନ୍ୟ ସ୍ଥାନରେ ଆଘାତ ଉଦ୍ୟମ ବେଳେ ପୁଲିସ ଦେଖି ଉଦ୍ଧାର କରିଥିଲା। ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କୋର୍ଟରେ ହାଜର କରାଯାଇଥିଲା।

ଅନ୍ୟପଟେ ଗତମାସ ୨୭ ତାରିଖରେ ୧୫ ବର୍ଷିୟ ସମର୍ଥଙ୍କ ନିଖୋଜ ହୋଇଯାଇଥିବା ଓ ଅପହରଣକାରୀ ୫୦ ଲକ୍ଷ ଟଙ୍କା ମାଗୁଥିବା ନେଇ ତାଙ୍କ ବାପା ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ୩ଟି ଟିମ୍ ଗଠନ କରି ଖୋଳତାଡ଼ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ପଚରାଉଚରା ବେଳେ ଅଭିଯୁକ୍ତଙ୍କ ନାଁ ପାଇଥିଲା। ଏହି ବିଭତ୍ସ ଅପହରଣ ଓ ହତ୍ୟା ଘଟଣା ପୂରା ଝାରସୁଗୁଡ଼ାରେ ଉଦ୍‌ବେଗର ବିଷୟ ହୋଇଛି।

Murder Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe