Advertisment

ସମ୍ବଲପୁର ହିଂସାକାଣ୍ଡ: ରାଜ୍ୟ ସରକାର ଓ ପୁଲିସ ଦାୟିତ୍ୱହୀନତାକୁ ଦାୟୀ କଲେ ବ୍ରିଜ ଲାଲ

ସେ କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ହିଂସାକାଣ୍ଡ ପ୍ରାୟୋଜିତ ଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Brij Lal

Brij Lal

ନର୍ମାଲ ହେଉଛି ସମ୍ବଲପୁର। ସେପଟେ ସମ୍ବଲପୁର ହିଂସାକାଣ୍ଡର ଅନୁଧ୍ୟାନ ପାଇଁ ପହଞ୍ଚିଛି ବିଜେପିର କେନ୍ଦ୍ରୀୟ ଟିମ୍। ହିଂସାକାଣ୍ଡ ପାଇଁ ଟିମ୍‌ର ଅଧ୍ୟକ୍ଷ ବ୍ରିଜଲାଲ ରାଜ୍ୟ ସରକାର ଓ ପୁଲିସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ହିଂସାକାଣ୍ଡ ପ୍ରାୟୋଜିତ ଥିଲା। ରାଜ୍ୟ ସରକାର ଆଗରୁ ସୁରକ୍ଷା ବ୍ୟବସ୍ଥା କରିଥିଲେ, ଏହା ହୋଇନଥାନ୍ତା। ରାଜ୍ୟ ସରକାର ତୁଷ୍ଟୀକରଣ ନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ବିଜେପିର ଏହି ଟିମ୍‌ ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସମ୍ବଲପୁର ଅଭିମୁଖେ ବାହାରି ଯାଇଥିଲେ।

ସୂଚନା ଥାଉକି, ସମ୍ବଲପୁର ହିଂସାକାଣ୍ଡର ଅନୁଧ୍ୟାନ ପାଇଁ ବିଜେପି ଏକ ଟିମ୍ ଗଠନ କରିଛି। ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ବ୍ରିଜଲାଲ ଏହାର ଅଧ୍ୟକ୍ଷ ହୋଇଥିବା ବେଳେ ବାକି ତିନି ସଦସ୍ୟ ହେଉଛନ୍ତି-ଝାଡ଼ଖଣ୍ଡର ରାଜ୍ୟସଭା ସାଂସଦ ସମୀର ଓରାଓଁ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହେତା।

Advertisment

ଏହି କମିଟି ହିଂସାର ତଦନ୍ତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ଦେବ।

ସେପଟେ ବିଜେଡି ଅଭିଯୋଗ କରିଛି, ବିଜେପିର କିଛି ନିର୍ଦ୍ଦିଷ୍ଟ ନେତା ସେମାନଙ୍କ ରାଜନୈତିକ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ହିଂସା ଘଟଣାକୁ ପ୍ରସଙ୍ଗ କରୁଛନ୍ତି। ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି।

ଏହାର ଜବାବରେ ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଦେଶ ବିରୋଧୀ ସ୍ଲୋଗାନ ବୋଧହୁଏ ବିଜେଡିକୁ ବିଚଳିତ କରିନାହିଁ।

Sambalpur Violence