Advertisment

ଦୁଇ ବାଇକ୍‌ ଭିତରେ ଧକ୍କା, ଘଟଣାସ୍ଥଳରେ ୩ ମୃତ

ଆଜି ଝାରସୁଗୁଡା-ସୁନ୍ଦରଗଡ ମୁଖ୍ୟ ରାସ୍ତାର ଦୁର୍ଲଗା ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି।

author-image
Niranjan Mishra
Hospital

Hospital

ଦୃତଗତିରେ ଯାଉଥିବା ୨ ବାଇକ୍ ସାମ୍ନାସାମ୍ନୀ ଧକ୍କା ହେବାରୁ ବାଇକ୍‌ରେ ଯାଉଥିବା ୩ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ଝାରସୁଗୁଡା-ସୁନ୍ଦରଗଡ ମୁଖ୍ୟ ରାସ୍ତାର ଦୁର୍ଲଗା ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ମୃତକମାନେ ହେଲେ ଲାଇକେରା ଥାନା ଅନ୍ତର୍ଗତ ନାଚେନଡିହି ଗ୍ରାମର ଅଜୁ ରୋହିଦାସ, ଭବାନୀ ରୋହି ଦାସ ଓ ଉତ୍ତର ପ୍ରଦେଶର ରମେଶ ଯାଦବ।

Advertisment

ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଜଣେ ମହିଳା ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଅଜୁ ରୋହିଦାସ, ଭବାନୀ ରୋହି ଦାସ ମିସ୍ତ୍ରୀ କାମ ସାରି ଗୋଟିଏ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ। ଠେଳକୁଳି ଭୂଷଣରେ କାମ କରୁଥିବା ଶ୍ରମିକ ଉତ୍ତର ପ୍ରଦେଶର ରମେଶ ଯାଦବ ନିଜ ସ୍ତ୍ରୀକୁ ବାଇକରେ ବସାଇ ସୁନ୍ଦରଗଡ଼ରୁ ଫେରୁଥିବା ସମୟରେ ସନ୍ଧ୍ୟା ସମୟରେ ଉଭୟ ବାଇକ ମଧ୍ୟରେ ସାମ୍ନାସାମ୍ନୀ ଧକ୍କା ହୋଇଥିଲା।

Advertisment

ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ସମସ୍ତଙ୍କ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ୩ ଜଣଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି।

ସେପଟେ ଦୁର୍ଘଟଣାର ଖବର ପାଇଁ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ଫଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Accident Roadaccident Unnatural Death