Advertisment

ନବ ଦାସ ଓ କିଶୋର ମହାନ୍ତିଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଝାରସୁଗୁଡା ମଙ୍ଗଳବଜାର ସ୍ଥିତ ବାସଭବନକୁ ଯାଇଥିଲେ। ସେ ବ୍ରଜରାଜନଗର ବିଧାୟକ ତଥା କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଭେଟିଥିଲେ।

ଅଦ୍ୟତନ ହୋଇଛି
BJP

BJP

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଝାରସୁଗୁଡ଼ା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ବିଜେଡିର ଦୁଇ ଦିବଙ୍ଗତ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

Advertisment

କେନ୍ଦ୍ରମନ୍ତ୍ରୀ ପ୍ରଥମେ ନବଙ୍କ ସରବାହାଲ ସ୍ଥିତ ଘରକୁ ଯାଇଥିଲେ। ଶୋକ ସନ୍ତପ୍ତ ପରିବାରକୁ ଭେଟିବା ସହ ସମବେଦନା ଜଣାଇଥିଲେ। ପ୍ରାୟ ୨୦ ମିନିଟରୁ ଅଧିକ ସମୟ ନବ ଦାସଙ୍କ ଘରେ ରହିଥିଲେ କେନ୍ଦ୍ରମନ୍ତ୍ରୀ। ନବଙ୍କ ଝିଅ ଦୀପାଳି ଓ ଆକାଶଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାୟକ ଓ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

BJDବିଜେଡି ବିଧାୟକ ଅଳକା ମହାନ୍ତିଙ୍କୁ ତାଙ୍କ ଘରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Advertisment

ତା’ପରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଝାରସୁଗୁଡା ମଙ୍ଗଳବଜାର ସ୍ଥିତ ବାସଭବନକୁ ଯାଇଥିଲେ। ସେ ବ୍ରଜରାଜନଗର ବିଧାୟକ ତଥା ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଭେଟିଥିଲେ। 

ଅଳକା କହିଛନ୍ତି, ଜାନୁଆରୀ ୩୦ ତାରିଖରେ କିଶୋରଙ୍କ ଶ୍ରାଦ୍ଧ ବାର୍ଷିକି ଥିଲା। ଏଥିରେ ଯୋଗଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ବ୍ୟସ୍ତତା ଯୋଗୁ ସେତେବେଳେ ମନ୍ତ୍ରୀ ଆସିନଥିଲେ। ସେଥିପାଇଁ ଆଜି ଘରକୁ ଆସିଥିଲେ। ଝିଅ ଓ ପୁଅର ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଆଲୋଚନା କରି ନଥିବା କହିଛନ୍ତି ଅଳକା ମହାନ୍ତି। କିଶୋରଙ୍କ ସହ କେନ୍ଦ୍ର ମନ୍ତ୍ରୀଙ୍କ ବହୁତ ଭଲ ସମ୍ପର୍କ ଥିଲା। ଏପରିକି ତାଙ୍କୁ ସେ ବଡ଼ ଭାଇ ଭଳି ଦେଖୁଥିଲେ ଅଳକା କହିଛନ୍ତି।

BjD Bjp State Bjp Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe