‘ଆମେ ଜିତି ନାହୁଁ, କିନ୍ତୁ ଠିକ୍‌ ପ୍ରସଙ୍ଗ ଉଠାଇଛୁ’

‘ପରିଶ୍ରମ ଓ ପଇସାର ଲଢ଼େଇରେ ପରିଶ୍ରମ ଦୁଇ ପାଦ ପଛେଇ ଯାଇଛି। ଏଥିରେ ମୁଁ ହାର ମାନି ନାହିଁ।’

BJP Candidate

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

Niharika Rout
  • Published: Saturday, 13 May 2023
  • Updated: 13 May 2023, 01:37 PM IST

Sports

Latest News

‘ଜନମତକୁ ଆମେ ହୃଦୟର ସହ ଗ୍ରହଣ କରୁଛୁ। ବିଜେପିକୁ ୫୮ ହଜାରରୁ ଅଧିକ ଲୋକ ଭରସା କରିଛନ୍ତି, ଗ୍ରହଣ କରିଛନ୍ତି। ଆମେ ଆମ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ପୁଣି ଯିବୁ। ପରିଶ୍ରମ ଓ ପଇସାର ଲଢ଼େଇରେ ପରିଶ୍ରମ ଦୁଇ ପାଦ ପଛେଇ ଯାଇଛି। ଏଥିରେ ମୁଁ ହାର ମାନି ନାହିଁ। ବଡ଼ ଲମ୍ଫ ଦେବାର ଏହା ସଙ୍କେତ ।’ ଆଜି ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଘୋଷିତ ହୋଇ ସାରିଥିବା ବେଳେ ଏପରି କହିଛନ୍ତି ହାରର ସମ୍ମୁଖୀନ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଟଙ୍କଧର ତ୍ରିପାଠୀ ହାରର ସମ୍ମୁଖୀନ ହୋଇଥିଲେ ବି ନିଜ ଆତ୍ମବିଶ୍ୱାସକୁ ହରାଇ ନାହାନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ ପ୍ରସଙ୍ଗଭିତ୍ତିକ କରିବାକୁ ବିଜେପି ଅଣ୍ଟା ଭିଡ଼ିଲାଣି ବୋଲି ସେ କହିଛନ୍ତି। ସୁସ୍ଥ ଝାରସୁଗୁଡ଼ା, ସମୃଦ୍ଧ ଝାରସୁଗୁଡ଼ା ସମେତ ଏହାକୁ ପ୍ରଦୂଷଣମୁକ୍ତ, ଭୟମୁକ୍ତ ଓ ଅପରାଧମୁକ୍ତ କରିବାକୁ ଆମେ ଚଳିତ ଉପନିର୍ବାଚନରେ ପ୍ରସଙ୍ଗ କରିଥିବା ବେଳେ ଏହାକୁ ଆଗାମୀ ନିର୍ବାଚନରେ ବି ପ୍ରସଙ୍ଗ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏନେଇ ସେ କହିଛନ୍ତି, ଅନେକ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯାଇଥିଲୁ। ୫୮ ହଜାରରୁ ଅଧିକ ଲୋକ ଏହାକୁ ଗ୍ରହଣ କରିଛନ୍ତି। ହୁଏତ ଆମେ ଜିତି ନାହୁଁ, କିନ୍ତୁ ଆମେ ଠିକ୍‌ ପ୍ରସଙ୍ଗ ଉଠାଇଛୁ। ଏହି ପ୍ରସଙ୍ଗ ନେଇ ତୃଣମୂଳ ସ୍ତରରେ ଆହୁରି ଅଧିକ ଲୋକଙ୍କ ପାଖକୁ ଯିବୁ । ଲଢ଼େଇକୁ ତୀବ୍ରତର କରିବୁ। ଲୋକଙ୍କ ସାମୁହିକ ଉନ୍ନତି ପ୍ରସଙ୍ଗ ଉଠାଇବୁ ।

Also Read

ନିର୍ବାଚନ ଜିତିବା ନିମନ୍ତେ ବିଜେଡି ଅନୈତିକ ଉପାୟରେ କାମ କରିଥିବା ପରି ସାଂଘାତିକ ଅଭିଯୋଗ ସେ ଆଣିଛନ୍ତି। ଏନେଇ ସେ କହିଛନ୍ତି, ଯେଉଁମାନେ ତଳସ୍ତରର ସରକାରୀ କର୍ମଚାରୀ ଅଛନ୍ତି, ସେମାନଙ୍କୁ ନିର୍ବାଚନୀ କାମରେ ଡରାଇ ଧମକାଇ ଦଳୀୟ କାମରେ ଲଗା ଯାଉଥିଲା। ଏନେଇ ଜିଲ୍ଲାପାଳ, ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛୁ, ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି।

ଚଳିତ ଉପନିର୍ବାଚନରେ ବିଜେପି ହାରି ଯାଇଥିଲେ ବି ଗତ ନିର୍ବାଚନ ଅପେକ୍ଷା ଅଧିକ ଭୋଟ ହାତେଇବାରେ ସମର୍ଥ ହୋଇଛି। ଏଥିନିମନ୍ତେ ବିଜେପିର ତୃଣମୂଳ ସ୍ତରର କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟଙ୍କଧର ।

ଆଜି ଆସିଥିବା ଉପନିର୍ବାଚନ ଫଳାଫଳରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୦୬୬୦୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀ ୫୮, ୧୪୫ ଭୋଟ ପାଇବାକୁ ସମର୍ଥ ହୋଇଥିଲେ। ଏହାବାଦ କଂଗ୍ରେସ ମାତ୍ର ୪୪୬୩ ଭୋଟରେ ସୀମିତ ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story