Advertisment

ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାର୍‌ହା, ୪ ଆହତ

ଘରେ ପଶି ମା’,ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାର୍‌ହା।

author-image
Tapaswini Nayak
Boar

Boar

ଘରେ ପଶି ମା’,ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାର୍‌ହା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ଝାରସୁଗୁଡା ସହରର ସ୍ଥିତ କାପୁମାଲ ଗାଁରେ।

Advertisment

ଆଜି ସକାଳ ବାର୍‌ହାଟି ଜଙ୍ଗଲରୁ ପଳାଇ ଆସି କାପୁମାଲ ଗାଁରେ ବୁଲୁଥିଲା। ଏହି ସମୟରେ କୁକୁର ପଲ ବାର୍‌ହାଟିକୁ ଦେଖି ଭୋକିବା ସହ ଗୋଡ଼ାଇ ଥିଲେ। ବାର୍‌ହାଟି ଦୌଡ଼ି ଆସି ଜଣଙ୍କ ଘରେ ପଶି ଯାଇଥିଲା। ପରେ ଘରେ ଥିବା ମା’ ପୁଅ ଓ ଝିଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ବାର୍‌ହାଟିକୁ ପିଟି ମାରି ଦେଇଥିବା ଜଣାପଡ଼ିଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡାକସା ଗାଁର ବାର୍‌ହାରେ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାଁ ଘୁଟୁ ମହାକୁର (୪୫)ବର୍ଷ।

Advertisment

ଆଜି ସକାଳେ ଘୁଟୁ ଗାଈ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରୁ ଏକ ଜଙ୍ଗଲୀ ବାର୍‌ହା ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲା। ଘୁଟୁଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଘରଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଲୋକ ପାଟି କରିବାରୁ ବାର୍‌ହାଟି ଜଙ୍ଗଲକୁ ଦୌଡ଼ି ପଳାଇଯାଇଥିଲା।

Jharsuguda