Advertisment

ଭିଣୋଇକୁ ପଥରରେ ଛେଚି ହତ୍ୟା କଲା ଶଳା

ଗତକାଲି କୌଣସି କାରଣକୁ ନେଇ ବିଜୟ ଓ ତାଙ୍କ ସମ୍ପର୍କୀୟ ଶଳା ମଧ୍ୟରେ ବଚସା ହୋଇଥିଲା।

author-image
Tapaswini Nayak
jharsuguda

jharsuguda

ଭିଣୋଇକୁ ଜଣେ ବ୍ୟକ୍ତି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବେଲପାହାଡ ଫାଟକ ଅଞ୍ଚଳରେ। ମୃତ ଯୁବକଙ୍କ ଜଣଙ୍କ ହେଲେ ବିଜୟ କଲେତ l ଏହି ଘଟଣାରେ ସମ୍ପର୍କୀୟ ଶଳାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ରାତି ସାଢ଼େ ୧୧ଟା ସମୟରେ କୌଣସି କାରଣକୁ ନେଇ ବିଜୟ ଓ ତାଙ୍କ ସମ୍ପର୍କୀୟ ଶଳା ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶଳା ବିଜୟଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ରାସ୍ତାରେ ବିଜୟ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।  ଗୁରୁତର ଅବସ୍ଥାରେ ବିଜୟଙ୍କୁ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଲପାହାଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

କେଉଁ କାରଣ ପାଇଁ ବିଜୟ ତାଙ୍କ ସମ୍ପର୍କୀୟ ଭିଣୋଣଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Attempt To Murder Jharsuguda