Advertisment

ନିଲମ୍ବିତ ପୁଲିସ୍ କନେଷ୍ଟବଲଙ୍କ ବାଟୁଳି ମାଡ଼ରେ ଯୁବକ ଗୁରୁତର

ବିଶୃଙ୍ଖଳା କାର୍ଯ୍ୟ ଯୋଗୁ ଗତବର୍ଷ ଈଶ୍ୱର ମହାନନ୍ଦଙ୍କୁ ଚାକିରୁ ନିଲମ୍ବିତ କରାଯାଇଥିଲା।

author-image
Tapaswini Nayak
Jharsuguda

Jharsuguda

ନିଲମ୍ବିତ ପୁଲିସ୍ କନେଷ୍ଟବଲଙ୍କ ବାଟୁଳି ମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୋଲାବିରା
ଥାନା ଅନ୍ତର୍ଗତ ଖଡ଼ିଆପଡ଼ାରେ। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକଙ୍କ କାନ ଓ ମୁଣ୍ଡରେ ଆଘାତ ଲାଗିଛି। ନିଲମ୍ବିତ ପୁଲିସ୍ କନେଷ୍ଟବଲ ଈଶ୍ୱର ମହାନନ୍ଦ ଘଟଣାପରେ ଫେରାର ହୋଇଯାଇଛନ୍ତି।

Advertisment

ଗତକାଲି ରାତିରେ ଜମିବାଡ଼ି ବାବଦକୁ କେନ୍ଦ୍ର କରି ସଂପୃକ୍ତ ଯୁବକ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଈଶ୍ୱର ଯୁବକଙ୍କୁ ବାଟୁଳିରେ ଆକ୍ରମଣ କରିଥିଲେ। ଏହି ସମୟରେ ସଂପୃକ୍ତ ଯୁବକ ଓ ଇଶ୍ୱର ଉଭୟେ ନିଶାସକ୍ତ ଅବସ୍ଥାରେ ଥିଲେ। ଘଟଣାପରେ ଇଶ୍ୱର ଫେରାର ହୋଇଯାଇଥିଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇ ନାହିଁ। ପୁଲିସ ବାଟୁଳିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତବର୍ଷ ଈଶ୍ୱର ମହାନନ୍ଦଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ବିଶୃଙ୍ଖଳା କାର୍ଯ୍ୟ ଯୋଗୁ ଇଶ୍ୱରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। 

Advertisment
Odisha Police Jharsuguda