Advertisment

ଝାରସୁଗୁଡା ଓ ସମ୍ବଲପୁରରେ ଷ୍ଟିଲ ହବ୍ ପ୍ରତିଷ୍ଠା ହେବ : ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାର ଗରିବ, ମହିଳା ଓ ଯୁବ ବର୍ଗଙ୍କ ପାଇଁ ଉତ୍ସଗୀକୃତ । ମୋଦି ଶାସନର ଏକ ବର୍ଷ ଭିତରେ ଦେଶରେ ଭ୍ରଷ୍ଟାଚାର ହଟିଛି । କେନ୍ଦ୍ରୀୟ ଯୋଜନା ସଫଳ ରୂପାୟନ ହୋଇଛି । ବିଭିନ୍ନ ସାମାଜିକ ଯୋଜନା ମାଧ୍ୟମରେ ସବୁ ବର୍ଗଙ୍କୁ ସଶକ୍ତକରଣ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି । […]

ଅଦ୍ୟତନ ହୋଇଛି
ଝାରସୁଗୁଡା ଓ ସମ୍ବଲପୁରରେ ଷ୍ଟିଲ ହବ୍ ପ୍ରତିଷ୍ଠା ହେବ : ଧର୍ମେନ୍ଦ୍ର

modi

Advertisment

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାର ଗରିବ, ମହିଳା ଓ ଯୁବ ବର୍ଗଙ୍କ ପାଇଁ ଉତ୍ସଗୀକୃତ । ମୋଦି ଶାସନର ଏକ ବର୍ଷ ଭିତରେ ଦେଶରେ ଭ୍ରଷ୍ଟାଚାର ହଟିଛି । କେନ୍ଦ୍ରୀୟ ଯୋଜନା ସଫଳ ରୂପାୟନ ହୋଇଛି । ବିଭିନ୍ନ ସାମାଜିକ ଯୋଜନା ମାଧ୍ୟମରେ ସବୁ ବର୍ଗଙ୍କୁ ସଶକ୍ତକରଣ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।

Advertisment

ସେ କହିଛନ୍ତି ଯେ, ପାରାଦୀପ ଓ ଧାମରାକୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପୂର୍ବ ଭାରତର ଗଟ୍-ୱେ ଭାବେ ଗ୍ରହଣ କରିଛି। ଏହାଛଡା ଝାରସୁଗୁଡା ଓ ସମ୍ବଲପୁରରେ ଷ୍ଟିଲ ହବ୍ ପ୍ରତିଷ୍ଠା କରିଯିବ ବୋଲି ସେ ସୂଚନା ଦେଇଥିଲେ। ଏହାଛଡା ଅନୁଗୋଳ ଓ କୋରାପୁଟରେ ଆଲୁମିନିୟମ ହବ୍,ଗୋପାଳପୁରଠାରେ ଡିଫେନ୍ସ ମାନ୍ୟୁଫ୍ୟାକ୍ଚରିଂ ୟୁନିଟ ଏବଂ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ସ୍କିଲ ଡେଭଲପମେଣ୍ଟ ୟୁନିଟ୍ ପ୍ରତିଷ୍ଠା କରାଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହାଛଡା ପୋସ୍କୋ ବିବାଦ ନେଇ ସେ କହିଥିଲେ ଯେ, କେନ୍ଦ୍ର ଦ୍ୱାରା ଏମଏମଡିଆର ଆକ୍ଟ ଆସିବାର ମାତ୍ର ତିନିଦିନ ପୂର୍ବରୁ ପୋସ୍କୋକୁ ଖଣି ଦେବାକୁ ରାଜ୍ୟ ସରକାର ସୁପାରିଶ କରିଥିଲେ। ସେ ଅଭିଯୋଗ କରିଥିଲେ ପୋସ୍କୋ ନେଇ ବିଜେଡି ଭିତରେ ବିବାଦ ରହିଛି। ସେ ବିବାଦକୁ ବିଜେଡି ତୁଟାଇ ପାରିନି। ରାଜ୍ୟସରକାର ଦୁଇବର୍ଷ ଆଗରୁ ଖଣି ପାଇଁ କାହିଁକି ସୁପାରିଶ କରିଡ଼ଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ। ଏନେଇ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ଯେ, ଏମଏମଡିଆର ଆକ୍ଟ ଆସିବାର ତିନିଦିନ ପୂର୍ବରୁ ନୁହେଁ ବହୁଦିନ ଆଗରୁ ରାଜ୍ୟସରକାର ପୋସ୍କୋ ଲାଗି ଖଣି ସୁପାରିଶ କରିଥିଲେ। ରାଜ୍ୟସରକାର ୧ /୧୧/୨୦୧୪ ମସିହାରେ କେନ୍ଦ୍ର ସରକାର ପୋସ୍କୋ ପାଇଁ ଖଣି ଲିଜ୍ ଦେବାକୁ ରାଜ୍ୟସରକାର ସୁପାରିଶ କରିଥିଲେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଏଭଳିକି ପୋସ୍କୋ ସିହିତ ଏମଓୟୁର ନବୀକରଣ ମଧ୍ୟ କରାଯାଇପାରିଲା ନାହିଁ।

ଏହାଛଡା ମୋଦିଙ୍କ ଏକବର୍ଷ ଶାସନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା, ଜନଧନ ଯୋଜନା, କଳାଟଙ୍କା ଭାରତକୁ ଫେରାଇ ଆଣିବା ପାଇଁ ପଦକ୍ଷେପ, କୋଇଲା ଖଣି ଅକ୍ସନ୍ ଏବଂ ମାସିକ ୧୨ଟଙ୍କା ଦେଇ ବୀମାଭୁକ୍ତ କରାଯିବା ଯୋଜନା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏଥିରେ ବେଜପିର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହ ଦେଓ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ମୁଖପାତ୍ର ସଜ୍ଜନ ଶର୍ମା, ସମୀର ମହାନ୍ତି ଓ ପୃଥୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe