Advertisment

ଲାଞ୍ଚ ନେଇ ଜାଲରେ ପଡ଼ିଲେ ଏଡିଏମ୍‌ଓ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍‌ଓ ଉଷାରାଣୀ ଦାସ। ହସ୍ପିଟାଲ୍‌ର ସିଭିଲ୍‌ କାମର ବିଲ୍‌ ପାସ୍‌ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫୦୦୦ ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଦେବରାଜ ଆଜି ଉଷାରାଣୀଙ୍କୁ ମେଡିକାଲ୍‌ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ […]

ଲାଞ୍ଚ ନେଇ ଜାଲରେ ପଡ଼ିଲେ ଏଡିଏମ୍‌ଓ

vigilance-raid

Advertisment

ଝାରସୁଗୁଡ଼ା (ଭାଗିରଥୀ ସାହୁ): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍‌ଓ ଉଷାରାଣୀ ଦାସ। ହସ୍ପିଟାଲ୍‌ର ସିଭିଲ୍‌ କାମର ବିଲ୍‌ ପାସ୍‌ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫୦୦୦ ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

Advertisment

ଯୋଜନା ମୁତାବକ ଦେବରାଜ ଆଜି ଉଷାରାଣୀଙ୍କୁ ମେଡିକାଲ୍‌ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଏହାଛଡ଼ା ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ପରେ ଭିଜିଲାନ୍ସର ଏକ ଟିମ୍‌ ଉଷାରାଣୀଙ୍କ ଘରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe