Advertisment

୧୫ ଯାଏ ଅଥୟ କରିବ ତାତି, ୧୬ରୁ ବର୍ଷା!

ବଙ୍ଗୋପସାଗରରୁ ବାୟୁ ପ୍ରବାହ ସମ୍ଭାବନା ହେତୁ ବର୍ଷା ହୋଇପାରେ। ଉତ୍ତର ଉପକୂଳ ସହ ରାଜ୍ୟର ଅନେକ ଜିଲ୍ଲାରେ ହୋଇପାରେ ବର୍ଷା।

author-image
Manoranjan Sial
ଅଦ୍ୟତନ ହୋଇଛି
Heat Wave

Heat Wave

ପ୍ରଚଣ୍ଡ ଖରା ଭିତରେ ଆଶ୍ୱସ୍ତି ଆଣିପାରେ ବର୍ଷା। ଆସନ୍ତା ୧୬ ତାରିଖରୁ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଛି। ତେବେ ୧୫ ତାରିଖ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ। ୧୩ରୁ ୧୫ ଯାଏ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ଏହା ପରେ ଅର୍ଥାତ ୧୬ ତାରିଖରୁ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍‌ କରିଛି।

Advertisment

ବଙ୍ଗୋପସାଗରରୁ ବାୟୁ ପ୍ରବାହ ସମ୍ଭାବନା ହେତୁ ବର୍ଷା ହୋଇପାରେ। ଉତ୍ତର ଉପକୂଳ ସହ ରାଜ୍ୟର ଅନେକ ଜିଲ୍ଲାରେ ହୋଇପାରେ ବର୍ଷା। ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୧୧ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC। ଆସନ୍ତାକାଲି ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ୱରକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ସତର୍କ ରହିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ ସାଧାରଣ ଲୋକେ ମଧ୍ୟ ଖରାରୁ ବର୍ତ୍ତିବା ନେଇ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ଚିଠିରେ ଏସ୍‌ଆରସି ଲେଖିଛନ୍ତି।

ଜଳୁଛି ଓଡ଼ିଶା। ଆଜି ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡା ଉତ୍ତପ୍ତ ସହର। ଏଠି ସର୍ବୋଚ୍ଚ ତାପମାତ୍ରା ୪୩ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଠିକ୍‌ ସେହିପରି ବାରିପଦାରେ ୪୨.୫ ଡିଗ୍ରୀ, ସମ୍ୱଲପୁରରେ ୪୨ ଡିଗ୍ରୀ, ବୌଦ୍ଧରେ ୪୧.୬ ଡିଗ୍ରୀ, ତାଳଚେରରେ ୪୧.୬ ଡିଗ୍ରୀ, ବଲାଙ୍ଗିରରେ ୪୧.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ, ଅନୁଗୋଳରେ ୪୧.୧ ଡିଗ୍ରୀ, ଭଦ୍ରକାରେ ୪୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ରାଉରକେଲାରେ ୪୦.୬ ଡିଗ୍ରୀ ଓ ଚାନ୍ଦବାଲିରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ବାଲେଶ୍ୱରରେ ୩୯.୬ ଡିଗ୍ରୀ, କଟକରେ ୩୯.୮ ଡିଗ୍ରୀ, ପାରାଦୀପରେ ୩୮.୦ ଡିଗ୍ରୀ, ଭୁବନେଶ୍ୱରରେ ୩୯.୮ ଡିଗ୍ରୀ, ଗୋପାଳପୁରରେ  ୩୯.୧ ଡିଗ୍ରୀ, ପୁରୀରେ ୩୮.୩ ଡିଗ୍ରୀ, କେନ୍ଦୁଝରରେ ୩୮.୮ ଡିଗ୍ରୀ, ଭବାନୀପାଟଣାରେ ୩୯.୮ ଡିଗ୍ରୀ, କୋରାପୁଟରେ ୩୪.୫ ଡିଗ୍ରୀ, ଫୁଲବାଣୀରେ ୩୭.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ,ନୟାଗଡ଼ରେ ୩୯.୯ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୬ ଡିଗ୍ରୀ, ରାୟଗଡ଼ାରେ ୩୭.୫ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ଢେଙ୍କାନାଳରେ ୩୯.୫ ଡିଗ୍ରୀ, ବରଗଡ଼ରେ ୩୯.୨ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, ନୂଆପଡ଼ାରେ ୩୮.୯ ଡିଗ୍ରୀ, ନବରଙ୍ଗପୁରରେ ୩୬.୫ ଡିଗ୍ରୀ, ଜଗତସିଂହପୁରରେ ୩୯.୫ ଡିଗ୍ରୀ ଓ କେନ୍ଦ୍ରାପଡ଼ାରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।  

ଏପଟେ ଅସହ୍ୟ ଗରମରୁ ରକ୍ଷା ପାଇବା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନ ଅଭୟାରଣ୍ୟରେ ପଶୁପକ୍ଷୀଙ୍କ ପାଇଁ ଚାଳ ଛପର ଓ ତାଟର ସେଡ୍ ତିଆରି ହୋଇଛି। ବାଘଙ୍କ ପାଇଁ ଛୋଟ ଜଳାଶୟ କରାଯାଇଥିବା ବେଳେ ଭାଲୁ ଉପରେ ପାଣି ସ୍ପ୍ରେ ହେଉଛି। ଖରା ଦାଉରୁ ରକ୍ଷା ଲାଗି ପକ୍ଷୀଙ୍କ ଉପରେ କୃତ୍ରିମ ବର୍ଷା କରାଯାଉଛି। ସମସ୍ତ ପଶୁପକ୍ଷୀଙ୍କୁ ଖରାଦିନିଆ ଖାଦ୍ୟ ସାଙ୍ଗକୁ ଓଆରଏସ୍ ଏବଂ ଥଣ୍ଡା ପାନୀୟ ଦିଆଯାଉଛି।

Heat Wave Heat Wave In Odisha Weather Report