Advertisment

ଝାରସୁଗୁଡ଼ା ଜିଲ୍ଲାପାଳ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଏଡିଏମ୍ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏ ସେ ଏହି ଦାୟିତ୍ୱ ତୁଲାଇବେ। ହାଇକୋର୍ଟଙ୍କ ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ସ୍ପଷ୍ଟ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ […]

ଅଦ୍ୟତନ ହୋଇଛି
ଝାରସୁଗୁଡ଼ା ଜିଲ୍ଲାପାଳ ନିଲମ୍ବିତ

DSC_1489

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଏଡିଏମ୍ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏ ସେ ଏହି ଦାୟିତ୍ୱ ତୁଲାଇବେ।

Advertisment

ହାଇକୋର୍ଟଙ୍କ ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ସ୍ପଷ୍ଟ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ  ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେ. ବୀଣା ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି ।

ଆବେଦନକାରୀଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ମଞ୍ଜୁର ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ସେ ଦୋକାନ ଖୋଲି ପାରି ନଥିଲେ। ଦୋକାନ ଖୋଲି ନଥିବା ଅବଧି ପାଇଁ କିନ୍ତୁ ଅବକାରୀ ବିଭାଗ ତାଙ୍କ ନିକଟରୁ ଦେୟ ଦାବି କରିଥିଲା। ଅବକାରୀ ବିଭାଗର ଏହି ପଦକ୍ଷେପକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

୨୦୧୯ ମାର୍ଚ୍ଚ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ କରି ଝାରସୁଗୁଡ଼ା ଜିଲ୍ଲାପାଳ ଏପ୍ରିଲ ୨୫ରେ ସାନି ନିର୍ଦ୍ଦେଶନାମା ଜାରି କରି ଆବେଦନକାରୀଙ୍କ ମଦ ଦୋକାନ ଲାଇସେନ୍ସ ବାତିଲ୍‌ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe