Advertisment

ପ୍ରବଳ ଖରାରେ କଲବଲ ହେଲା ସାରା ଓଡ଼ିଶା

ଝାରସୁଗୁଡ଼ା ହେଉଛି ଉତ୍ତପ୍ତ ସହର। ଆଜି ଏଠାରେ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିଥିବା ଟ୍ୱିଟ୍‌ରୁ ଏପରି ଜଣାପଡ଼ିଛି।

author-image
Manoranjan Sial
undefined

Heat Wave

ପ୍ରବଳ ଖରାରେ କଲବଲ ହେଲା ସାରା ଓଡ଼ିଶା। ଆଜି ରାଜ୍ୟର ୭ ସହର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ହେଉଛି ଉତ୍ତପ୍ତ ସହର। ଆଜି ଏଠାରେ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିଥିବା ଟ୍ୱିଟ୍‌ରୁ ଏପରି ଜଣାପଡ଼ିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସମ୍ୱଲପୁରରେ ୪୨.୬ ଡିଗ୍ରୀ, ବୌଦ୍ଧରେ ୪୨.୪ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୦ ଡିଗ୍ରୀ, ବଲାଙ୍ଗିରରେ ୪୨.୦ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ରାଉରକେଲାରେ ୪୧.୮ ଡିଗ୍ରୀ, ବରଗଡ଼ରେ ୪୧.୦ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ, ନୟାଗଡ଼ରେ ୪୦.୨ ଡିଗ୍ରୀ, ମାଲକାନଗିରିରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

ସେହିପରି ନୂଆପଡ଼ାରେ ୩୯.୭ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, ଜଗତସିଂହପୁରରେ ୩୯.୫ ଡିଗ୍ରୀ, ଭବାନୀପାଟଣାରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ, କଟକରେ ୩୯.୦ ଡିଗ୍ରୀ, ଫୁଲବାଣୀରେ ୩୮.୯ ଡିଗ୍ରୀ, ରାୟଗଡ଼ାରେ ୩୮.୮ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୮ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୮ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ଢେଙ୍କାନାଳରେ ୩୮.୨ ଡିଗ୍ରୀ, କେନ୍ଦୁଝରରେ ୩୮.୦ ଡିଗ୍ରୀ, ନବରଙ୍ଗପୁରରେ ୩୮.୦ ଡିଗ୍ରୀ, ଭଦ୍ରକରେ ୩୭.୫ ଡିଗ୍ରୀ, ବାଲେଶ୍ୱରରେ ୩୭.୨ ଡିଗ୍ରୀ, ଯାଜପୁରରେ ୩୭.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୬.୫ ଡିଗ୍ରୀ, କୋରାପୁଟରେ ୩୫.୫ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ପାରାଦୀପରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୪.୦ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report