Advertisment

ଗ୍ରୀଷ୍ମ ପ୍ରାରମ୍ଭରେ ଅଥୟ କଲାଣି ତାତି, ୩୯ ଡିଗ୍ରୀ ଉପରେ ୪ ସହର

ଆଜି ଦିନ ସାଢ଼େ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟା ସହରର ତାପମାତ୍ରା ୩୯ ଡିଗ୍ରୀ ଅଧିକ୍ରମ କରିଛି। ତେବେ ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Heat Wave

Heat Wave

ଗ୍ରୀଷ୍ମ ଋତୁ ପ୍ରାରମ୍ଭରେ କଲବଲ କଲାଣି ତାତି। ଅସମ୍ଭାଳ ହେଲାଣି ଜୀବନଯାତ୍ରା। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଆଜି ଦିନ ସାଢ଼େ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟା ସହରର ତାପମାତ୍ରା ୩୯ ଡିଗ୍ରୀ ଅଧିକ୍ରମ କରିଛି। ତେବେ ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ଝାରସୁଗୁଡାରେ ୩୯.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୯.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୦ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ପୁରୀରେ ୩୩.୬ ଡ଼ିଗ୍ରୀ, ପାରାଦୀପରେ ୩୩ ଡ଼ିଗ୍ରୀ, ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏମିତିକା ପାଗ ଆଗକୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Advertisment

ସୂଚନାରୁ ପ୍ରକାଶ, ପଶ୍ଚିମାଝଡ଼ ପ୍ରଭାବରେ ଗତକିଛି ଦିନ ହେଲା ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇଛି। ଯାହାଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହାଛଡ଼ା ବଜ୍ରପାତରେ ଲୋକଙ୍କ ଜୀବନ ଯାଉଛି। ଗତ ଶନିବାର ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲାରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ବାଲେଶ୍ୱରରେ ଜଣଙ୍କ ମୃତ୍ୟୁ ହୋଇଥିଲା। 

Heat Wave Heat Wave In Odisha Weather Report