Advertisment

କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ ଗହଣା ଦୋକାନୀ ମାଲିକଙ୍କ ପୁଅ!

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ୬୦ ଲକ୍ଷର ଟଙ୍କାର ସୁନା ଗହଣା ଚୋରି ଅଭିଯୋଗରେ ଅଳଙ୍କାର ଦୋକାନ ମାଲିକଙ୍କ ପୁଅ ଜଣେ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଝାରସୁଗୁଡ଼ା ଟାଉନ୍‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଜି ଏହି ମାମଲାରେ ପୁଲିସ୍‌ ହଗଣା ଦୋକାନୀ ମାଲିକ ପୁଅଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଝାରସୁଗୁଡ଼ା ସହରରେ ଥିବା ଓଡ଼ିଶୀ ଜ୍ୱେଲାରୀରୁ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ସବୁ […]

କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ ଗହଣା ଦୋକାନୀ ମାଲିକଙ୍କ ପୁଅ!

Jharsuguda

Advertisment

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ୬୦ ଲକ୍ଷର ଟଙ୍କାର ସୁନା ଗହଣା ଚୋରି ଅଭିଯୋଗରେ ଅଳଙ୍କାର ଦୋକାନ ମାଲିକଙ୍କ ପୁଅ ଜଣେ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଝାରସୁଗୁଡ଼ା ଟାଉନ୍‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଜି ଏହି ମାମଲାରେ ପୁଲିସ୍‌ ହଗଣା ଦୋକାନୀ ମାଲିକ ପୁଅଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

Advertisment

ଝାରସୁଗୁଡ଼ା ସହରରେ ଥିବା ଓଡ଼ିଶୀ ଜ୍ୱେଲାରୀରୁ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଏହି ସବୁ ଗହଣା ମ୍ୟାନେଜର ସୁରେଶ ପାଣ୍ଡେ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଗହଣା ଚୋରି କରି ସୁରେଶ ଫାଇନାନ୍ସ କମ୍ପାନୀରେ ବନ୍ଧା ରଖୁଥିଲା। ଏହାର ପ୍ରତିବଦଳରେ ସେ ଫାଇନାନ୍ସ କମ୍ପାନୀଠାରୁ ଟଙ୍କା ନେଇ ଜୁଆ ଖେଳି ଦେଉଥିବା ଅଭିଯୋଗ ହୋଇଥିଲା। ଜୁଆରେ ହାରିବା ପରେ ସବୁ ଟଙ୍କା ଚାଲି ଯାଉଥିବା ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ସୁରେଶ ଗହଣା ଚୋରି କରୁଥିବା ଓଡ଼ିଶୀ ଜ୍ୱେଲାରୀର ମାଲିକ ଜାଣିବାକୁ ପାଇଥିଲେ। ଏଥିପରିକି ଝାରସୁଗୁଡ଼ା ସ୍ଥିତ ତା’ ଘରୁ ଚୋରି ହୋଇଥିବା ଗହଣା ପ୍ରାଇସ୍‌ ଟ୍ୟାଗ୍‌ ମିଳିଥିଲା। ଏହା ପରେ ଓଡ଼ିଶୀ ଜ୍ୱେଲାରୀ ମାଲିକ ଓ ଅନ୍ୟ କର୍ମଚାରୀମାନେ ମିଶି ସୁରେଶ ପାଣ୍ଡେକୁ ମାଡ଼ ମାରିଥିଲେ। ଯେଉଁଥିପାଇଁ ତାଙ୍କ ଦେହରେ କ୍ଷତ ଚିହ୍ନ ହୋଇଥିଲା।

Advertisment

୯ ତାରିଖରେ ପୁଲିସ୍‌କୁ ସୁରେଶକୁ ହସ୍ତାନ୍ତର କରିଥିଲେ ଓଡ଼ିଶୀ ଜ୍ୱେଲାରୀ ମାଲିକ। ସୁରେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନଥିବା ଦେଖି ପୁଲିସ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନଘଟିବାରୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାର ମୃତ୍ୟୁ ଘଟିଥିଲା।

ସୁରେଶର ମୃତ୍ୟୁ ପରେ ଝାରସୁଗୁଡ଼ା ପୁଲିସ ହତ୍ୟା ମାମଲା ରୁଜୁ କରି ଗହଣା ଦୋକାନର ମାଲିକ ନବନୀତ ସରବାଗୀ, ମେଘନାଦ ପଟେଲ ଓ ମହେନ୍ଦ୍ର କିଶାନକୁ ଦଫା ୩୦୨, ଆଇପିସି ଧାରା ୩୪ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା SDPO ନିର୍ମଳ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe