Advertisment

ଝାରସୁଗୁଡ଼ାରୁ ଏହି ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆଉ ୨ ସହରରୁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଉଡ଼ିବ ବିମାନ। ଆସନ୍ତା ମାସ ଶେଷ ସୁଦ୍ଧା ଝାରସୁଗୁଡାରୁ କୋଲକତା ଓ ଝାରସୁଗୁଡାରୁ ବେଙ୍ଗଲୁରୁକୁ ବିମାନ ଚଳାଚଳା କରିବ।  ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଛି। ରାଉରକେଲା, ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ

jharsuguda-airport

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆଉ ୨ ସହରରୁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଉଡ଼ିବ ବିମାନ। ଆସନ୍ତା ମାସ ଶେଷ ସୁଦ୍ଧା ଝାରସୁଗୁଡାରୁ କୋଲକତା ଓ ଝାରସୁଗୁଡାରୁ ବେଙ୍ଗଲୁରୁକୁ ବିମାନ ଚଳାଚଳା କରିବ।  ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Advertisment

ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଛି। ରାଉରକେଲା, ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଜୟପୁର ଏୟାରଷ୍ଟ୍ରିପ କାମ ପାଇଁ ୫୫ କୋଟିର ଟେଣ୍ଡର ସରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।