Advertisment

ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ପୁଣି ସିଝିଲା ଉପକୂଳ ଓ ପଶ୍ଚିମ ଓଡ଼ିଶା

ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଯେମିତି ନିଆଁ ବର୍ଷା ହେଉଛି। ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ଦୁଇ ଦିନ ଧରି ସାମାନ୍ୟ ଆଶ୍ୱସ୍ତି ପରେ ଆଜି ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ପୁଣି ସିଝିଛି ଉପକୂଳ ଓ ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଯେମିତି ନିଆଁ ବର୍ଷା ହେଉଛି। ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଉ କଲବଲ ହୋଇଛନ୍ତି ରାଜଧାନୀବାସୀ। ଭୁବନେଶ୍ୱରରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ହୀରାକୁଦରେ ୪୪.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୪.୦ ଡିଗ୍ରୀ, ସମ୍ୱଲପୁରରେ ୪୩.୯ ଡିଗ୍ରୀ, ସୋନପୁରରେ ୪୩.୮ ଡିଗ୍ରୀ, ରାଉରକେଲାରେ ୪୩.୨ ଡିଗ୍ରୀ, ବାରିପଦାରେ ୪୩.୨ ଡିଗ୍ରୀ, ତାଳଚେରରେ ୪୩.୦ ଡିଗ୍ରୀ, ବୌଦ୍ଧରେ ୪୨.୯ ଡିଗ୍ରୀ, ବଲାଙ୍ଗିରରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ନୂଆପଡ଼ାରେ ୪୨.୬ ଡିଗ୍ରୀ, ନୟାଗଡ଼ରେ ୪୨.୫ ଡିଗ୍ରୀ, ଢେଙ୍କାନାଳରେ ୪୨.୫ ଡିଗ୍ରୀ, ଭୁବନେଶ୍ୱରରେ ୪୨.୫ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ, ବରଗଡ଼ରେ ୪୨.୦ ଡିଗ୍ରୀ, ଭଦ୍ରକରେ ୪୧.୫ ଡିଗ୍ରୀ, କଟକରେ ୪୧.୫ ଡିଗ୍ରୀ ଓ ଭବାନୀପାଟଣାରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ମାଲକାନଗିରିରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୭ ଡିଗ୍ରୀ, ବାଲେଶ୍ୱରରେ ୪୦.୬ ଡିଗ୍ରୀ, କେନ୍ଦୁଝରରେ ୪୦.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୫ ଡିଗ୍ରୀ, ଜଗତସିଂହପୁରରେ ୩୯.୫ ଡିଗ୍ରୀ, ବ୍ରହ୍ମପୁରରେ ୩୯.୦ ଡିଗ୍ରୀ, ରାୟଗଡ଼ାରେ ୩୮.୮ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ନବରଙ୍ଗପୁରରେ ୩୭.୫ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ପୁରୀରେ ୩୫.୭ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୫ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe