Advertisment

ୟୁଏଇରେ ଆଇପିଏଲ୍, ଓଡ଼ିଶାରେ ବେଟିଂ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆଇପିଏଲ୍ ଆରମ୍ଭ ହେବା ମାତ୍ରକେ ଆରମ୍ଭ ହୋଇଥାଏ ବେଟିଂ। ବର୍ତ୍ତମାନ ୟୁଏଇରେ ଚାଲିଛି ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍। ଆଉ ଓଡ଼ିଶାରେ ଦୁନିଆର ଏହି ବ୍ୟୟବହୁଳ ଲିଗ୍ ପାଇଁ ଚାଲିଛି ବେଟିଂ। ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଆଇପିଏଲ୍ ବେଟିଂର ଏକ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ପୁଲିସ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ଦୁବାଇରୁ ଭାୟା କୋଲକାତା ଦେଇ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ୟୁଏଇରେ ଆଇପିଏଲ୍, ଓଡ଼ିଶାରେ ବେଟିଂ

ipl-betting

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆଇପିଏଲ୍ ଆରମ୍ଭ ହେବା ମାତ୍ରକେ ଆରମ୍ଭ ହୋଇଥାଏ ବେଟିଂ। ବର୍ତ୍ତମାନ ୟୁଏଇରେ ଚାଲିଛି ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍। ଆଉ ଓଡ଼ିଶାରେ ଦୁନିଆର ଏହି ବ୍ୟୟବହୁଳ ଲିଗ୍ ପାଇଁ ଚାଲିଛି ବେଟିଂ। ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଆଇପିଏଲ୍ ବେଟିଂର ଏକ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ପୁଲିସ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି।

Advertisment

ଦୁବାଇରୁ ଭାୟା କୋଲକାତା ଦେଇ ଚାଲିଥିଲା ଏହି ବେଟିଂ। ଝାରସୁଗୁଡା ସହରର ଗୋଶାଳା ଛକ ନିକଟରେ ଏକ କୋଠରୀରେ ବେଧଡ଼କ ବେଟିଂ ଚାଲିଥିଲା। ଖବର ପାଇ ଟାଉନ ପୁଲିସ୍ ଚଢ଼ାଉ କରିଥିଲା। ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ହରିଶ ସାହୁ ଓ ଅକିଲ ଆଜିଜି ମୋତିବାଲା।

ମହମ୍ମଦ ଅକିଲ୍ ଆଜିଜି ମୋତିବାଲାଙ୍କ ନିକଟରୁ ନଗଦ ୩ଲକ୍ଷ ୮୦ହଜାର ଟଙ୍କା ସହ ଆଇପିଏଲ୍ ବେଟିଂ ନୋଟ୍ ଜବତ କରାଯାଇଛି। ସେହିପରି ହରିଶ ସାହୁଙ୍କ ଠାରୁ ୩ଲକ୍ଷ ଟଙ୍କା ସହ ଏକ ମୋବାଲ୍ ହ୍ୟାଣ୍ଡସେଟ୍ ଓ ଆଇପିଏଲ୍ ବେଟିଂ ନୋଟକୁ ଜବନ କରିଛି ପୁଲିସ।

Advertisment

ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ଝାରସୁଗୁଡା ଏସପି ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି।