Advertisment

ଆହୁରି ଚିନ୍ତା ବଢ଼ାଇଲା କରୋନା, ଇଞ୍ଜିନିୟରିଂ କଲେଜରୁ ୨୧ ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କିଛି ନାମୀ କଲେଜରେ କରୋନା ପଜିଟିଜ୍ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହିକ୍ରମରେ ଆଜି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେହି ୨୧ଜଣଙ୍କ ମଧ୍ୟରେ ୮ ଜଣ ଛାତ୍ର ରହିଥିବା ବେଳେ ୧୩ଜଣ ଶିକ୍ଷକ ଓ କର୍ମଚାରୀ ସାମିଲ ଅଛି। ଅନୁଷ୍ଠାନର ଜଣେ ଶିକ୍ଷକ ଅନ୍ୟ ସ୍ଥାନରୁ ଆସିବା ପରେ ତାଙ୍କଠାରୁ ହିଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଯାହା […]

ଅଦ୍ୟତନ ହୋଇଛି
ଆହୁରି ଚିନ୍ତା ବଢ଼ାଇଲା କରୋନା, ଇଞ୍ଜିନିୟରିଂ କଲେଜରୁ ୨୧ ପଜିଟିଭ୍ ଚିହ୍ନଟ

engineering-college

Advertisment

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କିଛି ନାମୀ କଲେଜରେ କରୋନା ପଜିଟିଜ୍ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହିକ୍ରମରେ ଆଜି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେହି ୨୧ଜଣଙ୍କ ମଧ୍ୟରେ ୮ ଜଣ ଛାତ୍ର ରହିଥିବା ବେଳେ ୧୩ଜଣ ଶିକ୍ଷକ ଓ କର୍ମଚାରୀ ସାମିଲ ଅଛି।

Advertisment

ଅନୁଷ୍ଠାନର ଜଣେ ଶିକ୍ଷକ ଅନ୍ୟ ସ୍ଥାନରୁ ଆସିବା ପରେ ତାଙ୍କଠାରୁ ହିଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଯାହା ପରେ ୧୦୦ ଜଣଙ୍କର ସାମ୍ପଲ ନିଆଯାଇଥିଲା। ତେବେ ରିପୋର୍ଟ ଆସିବା ପରେ ସେଥିରୁ ୨୧ଜଣ ପଜିଟିଭ୍ ବାହାରିଛନ୍ତି। ସମସ୍ତ ପଜିଟିଭ୍ ଚିହ୍ନଟଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ଓ ବିଡିଓ କଲେଜକୁ ଯାଇ ତଦାରଖ କରିଛନ୍ତି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରିବ।

ସୂଚନାଯୋଗ୍ୟ, ଦୁଇଦିନ ତଳେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଥିଲେ। ସେହିପରି ରାଉରକେଲା ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ର ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ।

Advertisment

ରାଜଧାନୀ ଭୁବନେଶ୍ୱରର ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ XIMBରୁ ଏକା ଥରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe