ନବୀନଙ୍କ କଥା ମାନିଲେନି ! ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ନବଙ୍କ ପାଇଁ ଦୀପାଳି ଯୋଗଦେଇଥିଲେ । ଏନେଇ ଦୀପାଳି ନିଜ ଫେସବୁକରେ ମଧ୍ୟ ଉଲ୍ଲେଖ କରିଛନ୍ତି । କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ନିଜର […]

nti

nti

Tapas Behera
  • Published: Monday, 28 June 2021
  • Updated: 28 June 2021, 06:06 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ନବଙ୍କ ପାଇଁ ଦୀପାଳି ଯୋଗଦେଇଥିଲେ । ଏନେଇ ଦୀପାଳି ନିଜ ଫେସବୁକରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ନିଜର ରକ୍ତ ସଂପର୍କୀୟଙ୍କୁ ପ୍ରତିନିଧି କରିପାରିବେ ନାହିଁ ବୋଲି ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ମଧ୍ୟ ନବ ୨୦୧୯ରେ ନିଜ ଝିଅଙ୍କୁ ପ୍ରତିନିଧି କରିଥିଲେ ।

ହେଲେ ଏନେଇ ବିବାଦ ଦେଖାଦେବାରୁ ସେ ପ୍ରତ୍ୟାହାର କରି ନେଇଥିଲେ । ଏବେ ତାଙ୍କ ଝିଅ ପୂର୍ବଭଳି ତାଙ୍କର ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଛନ୍ତି । ଏଣୁ ନବ ପୁଣି କେବେ ତାଙ୍କ ଝିଅଙ୍କୁ ପ୍ରତିନିଧି କରାଇଲେ, ସେନେଇ ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା ବିଜେପି ଦାବି କରିଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos