Advertisment

ମିଛ ଏମ୍‌ବିବିଏସ୍ ସାର୍ଟିଫିକେଟରେ ଚାକିରି ; ନକଲି ଡାକ୍ତର ଫେରାର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ନକଲି ଡାକ୍ତର ରୋଗୀ ଦେଖୁଛନ୍ତି। ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିବା ସହ ତିନି ବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରିବା ଘଟଣା ଏବେ ସାମନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସଂପୃକ୍ତ ଡାକ୍ତର ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ,  ପଦ୍ମନାଭ ମୁଖି ନାମକ ଜଣେ ବ୍ୟକ୍ତି ୨୦୧୬ ମସିହାରେ ନୂଆଗାଁ ଅଞ୍ଚଳରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି […]

ମିଛ ଏମ୍‌ବିବିଏସ୍ ସାର୍ଟିଫିକେଟରେ ଚାକିରି ; ନକଲି ଡାକ୍ତର ଫେରାର

fake-doctor-1

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ନକଲି ଡାକ୍ତର ରୋଗୀ ଦେଖୁଛନ୍ତି। ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିବା ସହ ତିନି ବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରିବା ଘଟଣା ଏବେ ସାମନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସଂପୃକ୍ତ ଡାକ୍ତର ଫେରାର ହୋଇଯାଇଛନ୍ତି।

Advertisment

ସୂଚନା ମୁତାବକ,  ପଦ୍ମନାଭ ମୁଖି ନାମକ ଜଣେ ବ୍ୟକ୍ତି ୨୦୧୬ ମସିହାରେ ନୂଆଗାଁ ଅଞ୍ଚଳରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ବେଳେ ସେ ୨୦୦୨ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିବାର ମିଛ ପ୍ରମାଣପତ୍ର ଦାଖଲ କରିଥିଲେ। ସେ ଏହା ପୂର୍ବରୁ ଏହି ପ୍ରମାଣପତ୍ର ଦେଖାଇ ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରିଥିଲେ। ଏସବୁ ସ୍ଥାନରେ ପ୍ରମାଣ ପତ୍ର ନେଇ ଖୋଳତାଡ଼ ଆରମ୍ଭ ହେବାରୁ ଚାକିରୀ ଛାଡ଼ି ଦେଇଥିଲେ।

ଶେଷରେ ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଇଥିଲେ। ତିନି ବର୍ଷ ହେଲା ରୋଗୀସେବା କରିବା ସହ ଦରମା ମଧ୍ୟ ନେଇଥିଲେ। ଏବେ ପ୍ରମାଣପତ୍ର ଯାଞ୍ଚ ହେବାରୁ ସେ ଫେରାର ହୋଇଯାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe