Advertisment

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ RI ଓ ARI

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ RI ଓ ARI। ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୁର ଆରଆଇ ଯସ୍ମିତା ଭୋରସାଗର ଓ ପାକେଲପଦାର ARI ଚିଙ୍କିରାଣୀ ନାଏକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଆରଆଇଙ୍କ ପାଇଁ ଏଆରଆଇ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସରେ ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ହେଲେ ଶାନ୍ତନୁ ସାଣ୍ଡ। ସେ କହିଛନ୍ତି ଯେ ତାଙ୍କ ମୃତ […]

author-image
Ranjit Kumar Jena
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ RI ଓ ARI

vigilance

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ RI ଓ ARI। ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୁର ଆରଆଇ ଯସ୍ମିତା ଭୋରସାଗର ଓ ପାକେଲପଦାର ARI ଚିଙ୍କିରାଣୀ ନାଏକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଆରଆଇଙ୍କ ପାଇଁ ଏଆରଆଇ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

Advertisment

ଭିଜିଲାନ୍ସରେ ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ହେଲେ ଶାନ୍ତନୁ ସାଣ୍ଡ। ସେ କହିଛନ୍ତି ଯେ ତାଙ୍କ ମୃତ ବାପାଙ୍କ ନାଁରେ ଏକ ଲିଗାଲ ହାୟାର ସାର୍ଟିଫିକେଟ କରାଇ ଦେବା ପାଇଁ ଆରଆଇ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏଥିପାଇଁ ଆରଆଇ ଝରିଆବାହାଲ ଛକକୁ ଏଆରଆଇଙ୍କୁ ପଠାଇଥିଲେ।

ତେବେ ଏହା ପୂର୍ବରୁ ଶାନ୍ତନୁ ରାଉରକେଲା ଭିଜିଲାନ୍ସ ଏ ସମ୍ବନ୍ଧରେ ସୂଚନା ଦେଇସାରିଥିଲେ। ଆଉ ଏଆରଆଇ ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ନେଇଥିଲା। ପରେ ଭିଜିଲାନ୍ସ ଆରଆଇଙ୍କୁ ମଧ୍ୟ ଧରିଥିଲା। ଏନେଇ ରାଉଲକେଲା ଭିଜିଲାନ୍ସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି l

Advertisment