Advertisment

ଏମିତି ଚାଲିଛି ପରିବାର ଅସ୍ତ୍ରୋପଚାର, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଦୁଇ ମହିଳା

ଝାରସୁଗୁଡ଼ା(ଭାଗିରିଥି ସାହୁ) ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁଁ ଦୁଇଜଣ ମହିଳା ମୃତ୍ୟୁ ସହ ସଂଘର୍ଷ କରୁଥିବା ଖବର ଝାରସୁଗୁଡା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି । ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ  କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ନାଚେନମୁରାର ଅନ୍ୟ ଜଣେ ମହିଳାଙ୍କ ଷ୍ଟିଚ୍ ଖୋଲିବା ଯୋଗୁଁ ଦ୍ୱିତୀୟ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ପଡ଼ିଛି । ଗତ […]

ଅଦ୍ୟତନ ହୋଇଛି
ଏମିତି ଚାଲିଛି ପରିବାର ଅସ୍ତ୍ରୋପଚାର, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଦୁଇ ମହିଳା

ibn-89

Advertisment

ଝାରସୁଗୁଡ଼ା(ଭାଗିରିଥି ସାହୁ) ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁଁ ଦୁଇଜଣ ମହିଳା ମୃତ୍ୟୁ ସହ ସଂଘର୍ଷ କରୁଥିବା ଖବର ଝାରସୁଗୁଡା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି । ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ  କୁହାକୁଣ୍ଡାଠାରେ ରହୁଥିବା ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ହୋଇଥିବା ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ନାଚେନମୁରାର ଅନ୍ୟ ଜଣେ ମହିଳାଙ୍କ ଷ୍ଟିଚ୍ ଖୋଲିବା ଯୋଗୁଁ ଦ୍ୱିତୀୟ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ପଡ଼ିଛି ।

Advertisment

ଗତ ମଙ୍ଗଳବାର ଲଖନପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ଶିବିର ଚାଲିଥିଲା । କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁ ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ଏଠାକୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ଅସ୍ତ୍ରୋପଚାର ସମୟରେ ଭୁଲରେ ଡାକ୍ତର ତାଙ୍କ ଖାଦ୍ୟ ନଳୀକୁ କାଟି ଦେଇଥିଲେ । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ପରେ ବୁର୍ଲା ହସ୍ପିଟାଲକୁ ନିଆଯାଇଛି। ହେଲେ ଏଭଳି ତୁଟିପୂର୍ଣ୍ଣ ଚିକିତ୍ସା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଛି। ତେଣୁ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

କୁହାକୁଣ୍ଡାର ସରିତା ଭୋଇଙ୍କ ପରେ ଆଉ ଜଣେ ମହିଳା ନାଚେନମୁରା ଗାଁର ଅରୁଣାଗୁପ୍ତାଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି ସମାନ ଧରଣର ତ୍ରୁଟି ।ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଗତ 23 ତରିଖରେ ଲଖନପୁର ସିଏଚସିରେ ଶିବିରରେ ଯୋଗଦେଇଥିଲେ । ସେଠାରେ ତାଙ୍କର ଅସ୍ତ୍ରୋପଚର ପରେ ଷ୍ଟିଚ ଖୋଲିବା ଅଧଘଣ୍ଟା ମଧ୍ୟରେ ଅନ୍ତଃନଳି ବାହରି ପଡିବାରୁ ପରିବାର ଲୋକେ ଅସହାୟ ହୋଇପଡି ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।ସେଠାରେ ଅରୁଣାଙ୍କ ପୁନର୍ବାର ଷ୍ଟିଚ କରାଯାଇ ଚିକିତ୍ସା ଜାରି ରହିଥିଲା।  ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ସେପଟେ ବୁର୍ଲାରେ ସରିତା ଭୋଇ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି ।

Advertisment

ଡାକ୍ତରଙ୍କ ଏଭଳି ତ୍ରୁଟିକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପିଡୀତାଙ୍କ ପରିବାର ଲୋକେ । ଏହି ଉଭୟ ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରୀ ନିଜର ପ୍ରତିକ୍ରିୟା ରଖି ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରି ପ୍ରଥମେ ପ୍ରସୂତିଦ୍ୱୟଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି । ପରେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe