ଭୁବନେଶ୍ୱର: ବିଜୁ ପକ୍କା ଘର ଯୋଜନାକୁ ନିର୍ଧାରିତ ଦିନ ସୁଦ୍ଧା ଟାର୍ଗେଟ ପୁରଣ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଭିଡିଓ କନଫ୍ରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ସଚିବାଳୟରେ ଆଲୋଚନା କରିଥିଲେ। ଏଥି ସହିତ ପ୍ରତି ସମବାର ଜିଲ୍ଲାମାଳ ଓ ଏସପିମାନେ ମିଳିତ ଶୁଣାଣି କରିବାକୁ ତାଗିଦ କରାଯାଇଛି। ଟେଣ୍ଡର ମାଫିଆମାନଙ୍କୁ ଦମନ କରିବା ସହ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବା ଲୋକଙ୍କ ଉପରେ ତିଖ୍ନ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ପଞ୍ଜ।ୟତିରାଜ ମନ୍ତ୍ରୀ ଅରୁଣ ସାହୁ ଏବଂ ଡିଜି ସଂଜୀବ ମାରିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଆଲୋଚନା କରିଥିଲେ।