ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ଫୋନି ଦ୍ଵାରା ପ୍ରଭାବିତ ହୋଇଥିବା ପରିବାରଙ୍କ ସହାୟତା ପାଇଁ ଯାଜପୁର କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟେନ୍ଲେସ୍ ଫାଉଣ୍ଡେସନ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ସୂଚନା ଅନୁସାରେ କମ୍ପାନୀର ମୁଖ୍ୟ ଆବାସିକ ପ୍ରତିନିଧି ଶଶିଭୂଷଣ ଉପାଧ୍ୟାୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଆଜି ୨ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ନାମରେ ଏହି ଚେକ୍ ପ୍ରଦାନ କରାଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ କୁହାଯାଇଛି, ରାଜ୍ୟରେ ବିଭିନ୍ନ ସମୟରେ ସୁବିଧା ଅସୁବିଧା ବେଳେ ଜିନ୍ଦଲ ଷ୍ଟେନ୍ଲେସ୍ ସହାୟତା କରୁଛି। ଏହିଧାରାକୁ କମ୍ପାନୀ ଆଗକୁ ମଧ୍ୟ ବଜାୟ ରଖିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୁଲିସ; ଚିଠି ଲେଖିଲେ ଗୃହ ସଚିବ
କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ୍ ପୋଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।
Crime
ହଷ୍ଟେଲ ବାଥରୁମ୍ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।
Crime
ମୁଁ ଆଇଏଏସ୍ ଅଫିସର; ଚାକିରି କରାଇଦେବି କହି ଲୁଟୁଥିଲେ ମହିଳା
ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି।
Crime
ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ; ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନିଶାସକ୍ତ ଯୁବକ ଘଟାଇଲେ ଉନ୍ମତ କାଣ୍ଡ। ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି
Crime
ପିକଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗୋରୁ; ମାଡ଼ି ବସିଲା ପୁଲିସ
ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି।